ଲକ୍ଷ୍ନୌ: ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଗୋରଖପୁର (ଅର୍ବାନ୍) ଆସନରୁ ନିର୍ବାଚନ ଲଢ଼ିବେ ବୋଲି ଘୋଷଣା ହେବାପରେ ଏହି ପ୍ରସଙ୍ଗକୁ ନେଇ ଏବେ ରାଜ୍ୟ ରାଜନୀତି ସରଗରମ ହୋଇ ଉଠିଛି। ଯୋଗୀ ପୂର୍ବରୁ ଅଯୋଧ୍ୟା କିମ୍ବା ମଥୁରାରୁ ନିର୍ବାଚନ ଲଢ଼ିବେ ବୋଲି କୁହାଯାଉଥିଲା। କିନ୍ତୁ ଶେଷ ମୁହୂର୍ତ୍ତରେ ବିଜେପି ଏହାର ନିଷ୍ପତ୍ତି ବଦଳାଇ ଯୋଗୀଙ୍କୁ ଗୋରଖପୁରରୁ ପ୍ରାର୍ଥୀ କରିଛି। ଏହି ପ୍ରସଙ୍ଗକୁ ନେଇ ଅଖିଳେଶ ଏବେ ତାଙ୍କ ରଣନୀତି ବଦଳାଇବା ଆରମ୍ଭ କରିଦେଇଛନ୍ତି। ଗୋରଖପୁରରୁ ବିଜେପିର ବର୍ତ୍ତମାନର ବିଧାୟକ ରାଧା ମୋହନ ଅଗ୍ରୱାଲ୍ଙ୍କୁ ସପା ସୁପ୍ରିମୋ ଅଖିଳେଶ ତାଙ୍କ ଦଳ ପକ୍ଷରୁ ଟିକଟ ଅଫର୍ କରିଛନ୍ତି। ବିଜେପିର ଗୋରଖପୁର ବିଧାୟକ ଅଗ୍ରୱାଲଙ୍କ ସଂକ୍ରାନ୍ତରେ ପ୍ରଶ୍ନ କରାଯିବାବେଳେ ସପା ସୁପ୍ରିମୋ ସାମ୍ବାଦିକମାନଙ୍କୁ କହିଛନ୍ତି, 'ଯଦି ତୁମେମାନେ ତାଙ୍କ ସହ ଯୋଗାଯୋଗ କରିପାରିବ ଏବଂ କଥା ହୋଇପାରିବ ତେବେ ଟିକେଟ ଘୋଷଣା ହେବ ଏବଂ ତାଙ୍କୁ ଟିକେଟ ମିଳିବ।' 'ଅନ୍ନ ସଂକଳ୍ପ ଦିବସ'ରେ ଅଖିଳେଶ ଆଜି ଦଳର ମୁଖ୍ୟାଳୟରେ ସାମ୍ବାଦିକମାନଙ୍କ ସହ କଥା ହେବା ସମୟରେ ଏହା କହିଛନ୍ତି।
ବିଧାନସଭା ନିର୍ବାଚନ: ଗୋରଖପୁର ବିଜେପି ବିଧାୟକଙ୍କୁ ଟିକଟ ଅଫର୍ କଲେ ଅଖିଳେଶ
/sambad/media/post_attachments/wp-content/uploads/2022/01/election-vvv.jpg)
/sambad/media/agency_attachments/2024-07-24t043029592z-sambad-original.webp)