ମହାରାଷ୍ଟ୍ର ବିଧାନସଭା ନିର୍ବା‌ଚନ

ବିଜେପି ୧୬୦, ଶିବସେନା ୧୧୦ ଆସନରେ ଲଢ଼ିବା ସମ୍ଭାବନା

ମୁମ୍ବାଇ: ଅକ୍ଟୋବରରେ ମହାରାଷ୍ଟ୍ର ବିଧାନସଭା ନିର୍ବାଚନ । ଶାସକ ବିଜେପି ଏବେ ଏହାର ମେଣ୍ଟ ସହଯୋଗୀ ଶିବସେନା ଏବଂ ଅନ୍ୟ ଏନ୍‌ଡିଏ ଦଳ ସହ ଆସନ ବୁଝାମଣା ନେଇ ଆଲୋଚନା ଆରମ୍ଭ କରିଦେଇଛି। ମହାରାଷ୍ଟ୍ରର ୨୮୮ ବିଧାନସଭା ଆସନରୁ ୧୬୦ଟିରେ ବିଜେପି ନିର୍ବାଚନ ଲଢ଼ିବା ଏବଂ ଶିବସେନାକୁ ୧୧୦ ଆସନ ଛାଡ଼ିବ ବୋଲି କେତେକ ସୂତ୍ରରୁ ଜଣାପଡ଼ିଛି। ଅନ୍ୟପକ୍ଷେ ଅନ୍ୟ ଏନ୍‌ଡିଏ ମେଣ୍ଟ ସହ‌ଯୋଗୀମାନଙ୍କୁ ୧୮ଟି ଆସନ ମିଳିବ ବୋଲି ଜଣାପଡ଼ିଛି। ଶିବସେନା ପୂର୍ବରୁ ସ୍ପଷ୍ଟ କରିଥିଲା ଯେ ୧୧୦ଟିରୁ କମ୍‌ ଆସନରେ ଏହା ନିର୍ବାଚନ ଲଢ଼ିବ ନାହିଁ । ଉଲ୍ଲେଖଯୋଗ୍ୟ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନାବିସ ଗତ ଅଗଷ୍ଟ ୧ ତାରିଖରେ ମହା ଜନାଦେଶ ଯାତ୍ରା ଆରମ୍ଭ କରିଥିଲେ। ଅନ୍ୟପକ୍ଷେ କଂଗ୍ରେସ ଏବଂ ଏନ୍‌ସିପି ମହାରାଷ୍ଟ୍ରର ୨୮୮ ବିଧାନସଭା ଆସନରୁ ୩୮ଟି ଆସନ କ୍ଷୁଦ୍ର ଦଳଗୁଡ଼ିକୁ ଦେବାପାଇଁ ନିଷ୍ପତ୍ତି ‌ହୋଇଥିବା ବେଳେ ବାକି ୯୦ ପ୍ରତିଶତ ଆସନ ପାଇଁ ବୁଝାମଣା ଆପାତତଃ ଚୂଡ଼ାନ୍ତ କରିଛନ୍ତି। କିନ୍ତୁ ଏ ବାବଦରେ ଘୋଷଣା ହୋଇନାହିଁ।

ସମ୍ବନ୍ଧିତ ଖବର