ବିଧାନସଭା ନିର୍ବାଚନ ୨୦୨୧: ଏଥରକ ମତଦାନ ପାଇଁ ଫଟୋ ଭୋଟର ସ୍ଲିପ୍‌ ବଦଳରେ ବ୍ୟବହାର ହେବ ଭୋଟର ସୂଚନା ସ୍ଲିପ୍‌ 

ଚେନ୍ନାଇ: ତାମିଲନାଡୁ ବିଧାନସଭା ନିର୍ବାଚନରେ ଚଳିତ ଥର ମତଦାନ ପାଇଁ ଫଟୋ ଭୋଟର ସ୍ଲିପ୍‌ ବଦଳରେ ଭୋଟର ସୂଚନା ସ୍ଲିପ୍‌ର ବ୍ୟବହାର କରାଯିବ। ୨୦୨୧ ତାମିଲନାଡୁ ବିଧାନସଭା ନିର୍ବାଚନ ପାଇଁ ଏପ୍ରିଲ ୬ରେ ଅନୁଷ୍ଠିତ ହେବାକୁ ଥିବା ମତଦାନ କାର୍ଯ୍ୟକ୍ରମର ଅତି କମରେ ୫ଦିନ ପୂର୍ବରୁ ମତଦାନ ପାଇଁ ନାମ ପଞ୍ଜୀକରଣ କରିଥିବା ସମସ୍ତ ଭୋଟରଙ୍କୁ ଫଟୋ ଭୋଟର ସ୍ଲିପ ବଦଳରେ ଏହି ନୂତନ ଭୋଟର ସୂଚନା ସ୍ଲିପ ପ୍ରଦାନ କରିବାକୁ ଭାରତର ନିର୍ବାଚନ କମିଶନ ନିଷ୍ପତ୍ତି ନେଇଛନ୍ତି।

ଏସଂପର୍କରେ ସୂଚନା ଦେଇ ତାମିଲନାଡୁର ମୁଖ୍ୟ ନିର୍ବାଚନ ଅଧିକାରୀ (ସିଇଓ) ସତ୍ୟବ୍ରତ ସାହୁ କହିଛନ୍ତି ଯେ ମତଦାନ ପାଇଁ ବ୍ୟବହୃତ ହେବାକୁ ଥିବା ଭୋଟର ସୂଚନା ସ୍ଲିପରେ ମତଦାନ କେନ୍ଦ୍ରର ନାମ, ମତଦାନର ତାରିଖ ଏବଂ ସମୟ ଇତ୍ୟାଦି ବିଷୟରେ ସବିଶେଷ ତଥ୍ୟ ରହିବ। କିନ୍ତୁ ଭୋଟର ବା ମତଦାତାଙ୍କର ଫଟୋ ରହିବ ନାହିଁ।

ଗୁରୁବାର ଏକ ବିବୃତ୍ତିରେ ସେ କହିଛନ୍ତି ଯେ ସମସ୍ତ ଜିଲ୍ଲା ନିର୍ବାଚନ ଅଧିକାରୀଙ୍କୁ ମତଦାନ ପାଇଁ ନାମ ପଞ୍ଜୀକରଣ କରିଥିବା ସମସ୍ତ ଭୋଟରଙ୍କୁ ମତଦାନ ତାରିଖର ଅତି କମରେ ୫ଦିନ ପୂର୍ବରୁ ଭୋଟର ସୂଚନା ସ୍ଲିପ ବଣ୍ଟନ କରିବାକୁ ନିର୍ଦ୍ଦେଶ ଦିଆଯାଇଛ।

ସମ୍ବନ୍ଧିତ ଖବର