ଆଜି ୬ ରାଜ୍ୟରେ ବିଧାନସଭା ଉପନିର୍ବାଚନର ଭୋଟ୍‌ ଗଣତି

ନୂଆଦିଲ୍ଲୀ: ୬ ରାଜ୍ୟର ୭ ବିଧାନସଭା ନିର୍ବାଚନମଣ୍ଡଳୀରେ ଗତ ୩ ତାରିଖରେ ଉପନିର୍ବାଚନ ହୋଇଥିଲା। ଆଜି ଏହି ୭ ବିଧାନସଭା ଆସନରେ ଭୋଟ୍‌ ଗଣତି ହେବ। ବିହାରର ମୋକମା ଏବଂ ଗୋପାଳଗଂଜ, ମହାରାଷ୍ଟ୍ରର ଅନ୍ଧେରି (ପୂର୍ବ), ହରିୟାଣାର ଆଦମପୁର, ତେଲେଙ୍ଗାନାର ମୁନୁଗୋଡ଼, ଉତ୍ତରପ୍ରଦେଶର ଗୋଲା ଗୋକରନ୍ନାଥ ଏବଂ ଓଡ଼ିଶାର ଧାମନଗରରେ ଭୋଟ୍‌ ଗ୍ରହଣ ହୋଇଥିଲା।

ଏହି ନିର୍ବାଚନରେ ବିଜେପି ଏବଂ ଆଞ୍ଚଳିକ ଦଳ ମଧ୍ୟରେ କଡ଼ା ଟକ୍କର ହୋଇଛି। ବିହାର ଏବଂ ମହାରାଷ୍ଟ୍ରରେ କ୍ଷମତା ପରିବର୍ତ୍ତନ ପରେ ପ୍ରଥମ ନିର୍ବାଚନ ହେଉଛି। ଆଗକୁ ଗୁଜରାଟ ଏବଂ ହିମାଚଳପ୍ରଦେଶ ବିଧାନସଭା ନିର୍ବାଚନ ଥିବାରୁ ଏହା ପୂର୍ବରୁ ଏହି ଭୋଟ୍‌ର ଫଳାଫଳ ଉପରେ ସମସ୍ତଙ୍କ ନଜର ରହିଛି। ବିହାରରେ ୨ଟି ଆସନରେ ବିଜେପି ଏବଂ ଆର୍‌ଜେଡି ମଧ୍ୟରେ କଡ଼ା ଟକ୍କର ହୋଇଛି। ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଚଳିତ ନିର୍ବାଚନରେ ଆର୍‌ଜେଡିକୁ ସହଯୋଗ କରିବାରେ ପଛଘୁଞ୍ଚା ଦେଇଥିଲେ।

ସମ୍ବନ୍ଧିତ ଖବର