ନୂଆଦିଲ୍ଲୀ: ଆଗାମୀ ବିଧାନସଭା ନିର୍ବାଚନ ପରିପ୍ରେକ୍ଷୀରେ ଗାଣତନ୍ତ୍ରିକ ଆଲୋଚନାକୁ ସଶକ୍ତ କରିବା ସହ ସାଧାରଣ ଜନତାଙ୍କ ସଂପୃକ୍ତିକୁ ପ୍ରୋତ୍ସାହିତ କରି ରାଜନୈତିକ ବିତର୍କକୁ ସାର୍ଥକ କରିବା ଉଦ୍ଦେଶ୍ୟରେ ସାମାଜିକ ଗଣମାଧ୍ୟମ ଟ୍ବିଟର ପକ୍ଷରୁ ନୂତନ ନୀତି ନିର୍ଦ୍ଧାରଣ କରାଯାଇଛି। ଏହି ଲୋକପ୍ରିୟ ମଞ୍ଚକୁ ଯେପରି ହେରଫେର କି ଏହା ମାଧ୍ୟମରେ କୌଣସି ହିଂସା, ଅପମାନ କି ଧମକ ଉଦ୍ରେକ କରାଯାଇ ପାରିବନି ଏବଂ ସମସ୍ତଙ୍କ ପାଇଁ ଏହା ନିରାପଦ ସାବ୍ୟସ୍ତ ହୋଇପାରିବ ସେଥିପାଇଁ ଏକ ବିଶ୍ବସ୍ତରୀୟ ବୈଷୟିକ ଦଳକୁ ନିୟୋଜିତ କରାଯାଇଛି ବୋଲି ଟ୍ବିଟର ପକ୍ଷରୁ ବୁଧବାର କୁହାଯାଇଛି। ଆଗକୁ ଥିବା ଆସାମ, କେରଳ, ତାମିଲନାଡୁ, ପଶ୍ଚିମବଙ୍ଗ ଓ ପୁଡୁଚେରି ବିଧାନସଭା ନିର୍ବାଚନ ଅବସରରେ କୌଣସି ପ୍ରକାର କ୍ଷତିକାରକ ବା ଭ୍ରମାତ୍ମକ ବିଷୟବସ୍ତୁକୁ ଅବରୋଧ କରିବା ସହ ଭରସାଯୋଗ୍ୟ ସୂଚନା ସବୁକୁ ସ୍ଥାନ ଦେବା ହେଉଛି ପ୍ରମୁଖ ଲକ୍ଷ୍ୟ ବୋଲି ଟ୍ବିଟର କହିଛି।
୫ ରାଜ୍ୟରେ ବିଧାନସଭା ନିର୍ବାଚନ: ଭୁଲ୍ ଖବର ଉପରେ କାର୍ଯ୍ୟାନୁଷ୍ଠାନ ନେବ ଟ୍ବିଟର
/sambad/media/post_attachments/wp-content/uploads/2021/03/464564fs65h4s65fh456fs4h56sfhsffshfshsh.jpg)