ନୂଆଦିଲ୍ଲୀ: ମଧ୍ୟପ୍ରଦେଶ ବିଧାନସଭା ଅଧ୍ୟକ୍ଷଙ୍କ ସାଇକେଲ ଟ୍ରେନରୁ ଚୋରି ହୋଇଯିବା ପରେ ସରକାରଙ୍କ ଠାରୁ ନେଇ ରେଳ ବିଭାଗ ପର୍ଯ୍ୟନ୍ତ ଚାଞ୍ଚଲ୍ୟ ଖେଳି ଯାଇଛି। ବିଧାନସଭା ଅଧ୍ୟକ୍ଷ ଗିରିଶ ଗୌତମଙ୍କ ସାଇକେଲ ଭୋପାଳରୁ ରିୱା ଅଣାଯାଉଥିବା ସମୟରେ ଚୋରି ହୋଇଯାଇଥିବା ଖବର ମିଳିଥିଲା।।
ପ୍ରକାଶିତ ରିପୋର୍ଟ ମୁତାବକ, ଗିରିଶ ଗୌତମଙ୍କୁ ରବିବାର ଦିନ ପଡ଼ରିଆ ଗ୍ରାମରୁ ସାଇକେଲ ରାଲି ଆରମ୍ଭ କରିବାର ଥିଲା। ଆଜି ସାଇକେଲ ରାଲିର ଶୁଭାରମ୍ଭରେ ରାଜ୍ୟ ଅଧ୍ୟକ୍ଷ ବିଡ଼ି ଶର୍ମା ରିୱାରେ ପହଞ୍ଚିଥିଲେ। ସାଇକେଲ ରାଲିକୁ ବିଧାନସଭା ଅଧ୍ୟକ୍ଷଙ୍କ ବିଧାନସଭା ଅଞ୍ଚଳରୁ ଆରମ୍ଭ କକରିବାର ଥିଲା । ଏହାଦ୍ବାରା ଗିରିଶ ଗୌତମ ବିଧାନସଭା ଅଞ୍ଚଳରେ ରହୁଥିବା ଲୋକଙ୍କ ସହିତ ଅତି ନିକଟରୁ କଥା ହୋଇପାରିବେ।
ବିଧାନସଭା ଅଧ୍ୟକ୍ଷଙ୍କ ଓଏସଡି ନରେନ୍ଦ୍ର ମିଶ୍ରା ଫୋନ କରି କହିଥିଲେ କି, ଭୋପାଳରୁ ପଠା ଯାଇଥିବା ସାଇକେଲ ଚୋରି ହୋଇଯାଇଛି। ଏହାପରେ ସାଇକେଲ ରାଲିରେ ବିଧାନସଭା ଅଧ୍ୟକ୍ଷ ଆଉ ଏକ ସାଇକେଲ ଚଲାଇ ରାଲିରେ ସାମିଲ ହୋଇଥିଲେ। ଚୋରି ହୋଇଥିବା ସାଇକେଲ ମୂଲ୍ୟ ୩୦ ହଜାର ଟଙ୍କା ପାଖାପାଖି ହେବ ବୋଲି କୁହାଯାଉଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/10/Untitled-1-copy-34.jpg)