କର୍ଣ୍ଣାଟକ ସଂକଟ: ରାଜ୍ୟପାଳଙ୍କୁ ଚିଠି ଲେଖିଲେ ବାଚସ୍ପତି କେଆର୍‌ ରମେଶ କୁମାର, କେହି ବି ବିଧାୟକ ମୋତେ ଭେଟିନାହାନ୍ତି

ବେଙ୍ଗାଲୁର: ଗତ ୪ ଦିନ ହେବ କର୍ଣ୍ଣାଟକରେ ଉପୁଜିଥିବା ରାଜନୈତିକ ସଂକଟ ନେଇ ରାଜ୍ୟପାଳଙ୍କୁ ଚିଠି ଲେଖିଛନ୍ତି ବାଚସ୍ପତି କେଆର୍‌ ରମେଶ କୁମାର। ବାଚସ୍ପତି ଚିଠି ଲେଖି ଜଣାଇଛନ୍ତି ଯେ କେହି ବି ବିଦ୍ରୋହୀ ବିଧାୟକ ତାଙ୍କୁ ଦେଖାକରି ସେମାନଙ୍କ ଇସ୍ତଫା ପତ୍ର ଦେଇନାହାନ୍ତି। ବାଚସ୍ପତି ରମେଶ କୁମାର ନିଶ୍ଚିତ କରି କହିଛନ୍ତି ଯେ ସାମ୍ବିଧାନିକ ମାନଦଣ୍ଡକୁ ସେ ସବୁବେଳେ ବଜାୟ ରଖିବେ। ଇସ୍ତଫା ଦେଇଥିବା ୧୩ ଜଣ ବିଧାୟକଙ୍କ ଭିତରୁ ୮ ଜଣ ଆଇନ୍‌ ସମ୍ମତ ଭାବେ ଇସ୍ତଫା ଦେଇ ନାହାନ୍ତି। ମୁଁ ସେମାନଙ୍କୁ ମୋ ନିକଟରେ ହାଜିର ହେବାକୁ କହିଥିଲି। ମାତ୍ର ସେମାନେ ମୋତେ ଦେଖା କରିନଥିବା ହେତୁ ସେମାନଙ୍କ ଇସ୍ତଫା ପତ୍ର କୌଣସି ମତେ ଗ୍ରହଣୀୟ ନୁହେଁ ବୋଲି ସେ ଚିଠିଲେ ଉଲ୍ଲେଖ କରିଛନ୍ତି।

ଉଲ୍ଲେଖଯୋଗ୍ୟ, କର୍ଣ୍ଣାଟକର ମେଣ୍ଟ ସରକାର କଂଗ୍ରେସ-ଜେଡିଏସ୍‌ର ୧୩ ଜଣ ବିଧାୟକ ଇସ୍ତଫା ଦେବା ପରେ ସରକାର ଭାଙ୍ଗିବା ପରିସ୍ଥିତି ଉପୁଜିଛି। ବିଧାୟକମାନେ ସେମାନଙ୍କ ଇସ୍ତଫା ପତ୍ର ଫେରାଇ ନିଅନ୍ତୁ ବୋଲି ଦଳର ବରିଷ୍ଠ ନେତାମାନେ ବିଭିନ୍ନ ଆଡୁ ଉଦ୍ୟମ ଜାରି ରଖିଛନ୍ତି।

ସମ୍ବନ୍ଧିତ ଖବର