ନୂଆଦିଲ୍ଲୀ: ଆଗାମୀ ଡିସେମ୍ବର ୧୧ ତାରିଖରୁ ସଂସଦର ଶୀତ ଅଧିବେଶନ ଆରମ୍ଭ ହେବ। ଡିସେମ୍ବର ୧୧ ତାରିଖରୁ ଜାନୁଆରି ୮ ତାରିଖ ପର୍ଯ୍ୟନ୍ତ ଏହି ଅଧିବେଶନ ଚାଲିବ ବୋଲି ସଂସଦୀୟ ବ୍ୟାପାର କ୍ୟାବିନେଟ କମିଟି ବୈଠକରେ ଆଜି ନିଷ୍ପତ୍ତି ନିଆଯାଇଛି। କେନ୍ଦ୍ର ଗୃହମନ୍ତ୍ରୀ ରାଜନାଥ ସିଂହଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଶୀତ ଅଧିବେଶନର ସମୟ ଧାର୍ଯ୍ୟ ହେବାପରେ ଏ ବାବଦ ପ୍ରକ୍ରିୟା ତ୍ବରାନ୍ବିତ ହୋଇଛି। ପୂର୍ବରୁ ଶୀତ ଅଧିବେଶନ ନଭେମ୍ବରରୁ ଆରମ୍ଭ ହେଉଥିବା ବେଳେ ଗତବର୍ଷଠାରୁ ଏହା ଡିସେମ୍ବରରୁ ଆରମ୍ଭ ହେଉଛି। ଏଥର ଶୀତ ଅଧିବେଶନ ରାଫେଲ ଚୁକ୍ତି ପ୍ରସଙ୍ଗ, ରିଜର୍ଭ ବ୍ୟାଙ୍କ ଏବଂ ସିବିଆଇ ବିବାଦ ଆଦି ପ୍ରସଙ୍ଗକୁ ନେଇ ସରଗରମ ରହିବ ବୋଲି ଅନୁମାନ କରାଯାଉଛି।
ଡିସେମ୍ବର ୧୧ରୁ ଶୀତ ଅଧିବେଶନ
/sambad/media/post_attachments/wp-content/uploads/2018/11/PARLIAMENT-KESAVAN.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)