କାନପୁର: ‘କୋମା’କୁ ଚାଲିଯାଇଛନ୍ତି ଭାବି ଗତବର୍ଷ ମରିଯାଇଥିବା ଜଣେ ଆୟକର ବିଭାଗ କର୍ମଚାରୀଙ୍କୁ ତାଙ୍କ ପରିବାର ଲୋକେ ପ୍ରାୟ ୧୮ ମାସ ହେବ ଘରେ ରଖିଥିଲେ ବୋଲି ଶୁକ୍ରବାର ଦିନ ସରକାରୀ ଅଧିକାରୀମାନେ କହିଛନ୍ତି।
ଗଙ୍ଗାଜଳ ତାଙ୍କୁ ‘କୋମା’ରୁ ଉଠାଇବ ଭାବି ମାନସିକ ଅସନ୍ତୁଳନ ଥିବା ପରି ମନେହେଉଥିବା ମୃତବ୍ୟକ୍ତିଙ୍କ ପତ୍ନୀ ସବୁ ଦିନ ସକାଳେ ସ୍ବାମୀଙ୍କ ଗଳିତ ଶବ ଉପରେ ଗଙ୍ଗାପାଣି ଛିଞ୍ଚୁଥିଲେ ବୋଲି ସେମାନେ କହିଛନ୍ତି।
ଘଟଣା ସଂକ୍ରାନ୍ତରେ ଜାରି କରିଥିବା ବିବୃତିରେ କାନପୁର ପୁଲିସ କହିଛି, ଏକ ଘରୋଇ ହସ୍ପିଟାଲ୍ ଜାରି କରିଥିବା ‘ଡେଥ୍ ସାର୍ଟିଫିକେଟ୍’ରେ ଉଲ୍ଲେଖ ଅଛି ଯେ, ହଠାତ୍ ଶ୍ବାସକ୍ରିୟା ବନ୍ଦ ହୋଇଯିବାରୁ ୨୦୨୧ ଏପ୍ରିଲ୍ ୨୨ ତାରିଖ ଦିନ ବିମଳେଶ ଦୀକ୍ଷିତଙ୍କର ମୃତ୍ୟୁ ଘଟିଥିଲା।
Image Courtesy of NDTVଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡାକ୍ତର ଆଲୋକ ରଞ୍ଜନ କହିଛନ୍ତି, ଆୟକର ବିଭାଗରେ କାର୍ଯ୍ୟ କରୁଥିବା ବିମଳେଶ ଦୀକ୍ଷିତ ଗତବର୍ଷ ଏପ୍ରିଲ୍ ମାସରେ ମରିଯାଇଥିଲେ ବି ସେ ‘କୋମା’ରେ ପଡ଼ିଥିବା ମନେକରି ପରିବାର ଲୋକେ ତାଙ୍କର ଶେଷକୃତ୍ୟ କରିବାକୁ ଦ୍ବିଧାବୋଧ କରୁଥିଲେ। ତାଙ୍କ ପରିବାର ପେନ୍ସନ୍ ଫାଇଲ୍ ପଡ଼ି ରହିଥିବାରୁ ଘଟଣାର ତଦନ୍ତ କରିବା ଲାଗି କାନପୁର ଆୟକର ଅଧିକାରୀମାନେ ମତେ ଅନୁରୋଧ କରିଥିଲେ।
Image Courtesy of Republic Worldପ୍ରକୃତ ଘଟଣା ଜାଣିବା ଲାଗି ପୁଲିସ ଓ ମାଜିଷ୍ଟ୍ରେଟ୍ଙ୍କୁ ନେଇ ଦଳେ ସ୍ବାସ୍ଥ୍ୟକର୍ମୀ ଶୁକ୍ରବାର ଦିନ ରାୱତପୁର ଅଞ୍ଚଳରେ ଥିବା ଦୀକ୍ଷିତଙ୍କ ଘରେ ପହଞ୍ଚିବା ପରେ ତାଙ୍କ ପରିବାର ଲୋକେ କହିଲେ ଯେ, ସେ ଜୀବତ କିନ୍ତୁ, ‘କୋମା’ ଅବସ୍ଥାରେ ଅଛନ୍ତି।
ବହୁତ ବୁଝାଶୁଝା କରିବା ପରେ ପରିବାର ଲୋକେ ସ୍ବାସ୍ଥ୍ୟକର୍ମୀଙ୍କୁ ଦୀକ୍ଷିତଙ୍କ ଶବକୁ ‘ଲାଲା ଲଜପତ୍ ରାୟ ହସ୍ପିଟାଲ୍’କୁ ନେବା ପାଇଁ ଅନୁମତି ଦେଇଥିଲେ। ସେଠାରେ ଡାକ୍ତରୀ ପରୀକ୍ଷା କରାଯାଇ ସେ ମୃତ ବୋଲି ଘୋଷଣା କରାଯାଇଥିଲା।
ଘଟଣା ସଂକ୍ରାନ୍ତରେ ସବିଶେଷ ତଦନ୍ତ କରି ଯଥାଶୀଘ୍ର ରିପୋର୍ଟ ଦାଖଲ କରିବା ଲାଗି ତିନିଜଣିଆ ଟିମ୍ ଗଠନ କରାଯାଇଛି ବୋଲି ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ କହିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/09/Family-Kept-The-Deadbody-18-Months-Inside-Home_Thumbnail.jpg)