ସାବଧାନ! ସେପ୍ଟେମ୍ବର ୧୪ରେ ପୃଥିବୀ ସହ ଧକ୍କା ଖାଇପାରେ କ୍ଷୁଦ୍ରଗ୍ରହ, ହୋଇପାରେ ମହାପ୍ରଳୟ !!

ନୂଆଦିଲ୍ଲୀ:  ପୃଥିବୀ ଆଡକୁ ବଡ ବିପଦ ମାଡି ଆସୁଛି । ଏହାର ପ୍ରଭାବରେ ପୃଥିବୀରେ ମହାପ୍ରଳୟ ହୋଇପାରେ। କାରଣ ମହାକାଶରୁ ପୃଥିବୀ ଆଡକୁ ଏକ କ୍ଷୁଦ୍ରଗ୍ରହ ବା ପଥର ଖଣ୍ଡ ୨୦୦୦ QW7 ମାଡି ଆସୁଛି । ଏହି ପଥରଖଣ୍ଡ ପୃଥିବୀ ସହ ଧକ୍କା ହେଲେ ଭୟଙ୍କର ସ୍ଥିତି ଉପୁଜିବାର ସମ୍ଭାବନା ଥିବା କଥା କୁହାଯାଉଛି।

ଆମେରିକା ମହାକାଶ ସଂସ୍ଥା ନାସା ଅନୁଯାୟୀ, ସିଡନୀ ହାର୍ବର ବ୍ରିଜ୍‌ ଲମ୍ବର ଏହି ପଥରଖଣ୍ଡ ପୃଥିବୀ ଆଡକୁ ଦ୍ରୁତ ଗତିରେ ମାଡି ଆସୁଛି । ଘଣ୍ଟା ପ୍ରତି ୨୩,୧୦୦ କିଲୋମିଟର ବେଗରେ ଏହା ପୃଥିବୀ ଆଡକୁ ଆସୁଛି । ସେପ୍ଟେମ୍ବର ୧୪ରେ ଏହି ପଥରଖଣ୍ଡ ପୃଥିବୀ ଠାରୁ ୫.୩ ନିୟୁତ କିଲୋମିଟର ଦୂରରେ ଗତି କରିବ, ଯାହା ପୃଥିବୀ ଓ ଚନ୍ଦ୍ର ମଧ୍ୟରେ ଥିବା ଦୂରତାର ୧୩.୮୭ ଗୁଣ । କିନ୍ତୁ ଏହାସତ୍ତ୍ୱେ ମଧ୍ୟ ଏହି ପଥରଖଣ୍ଡ ପୃଥିବୀ ପାଇଁ ବଡ ସଙ୍କଟ ଆଣିପାରେ।

ପୃଥିବୀଠାରୁ ୧୪୯.୬ ନିୟୁତ କିଲୋମିଟର ଦୂରରେ କୌଣସି ବସ୍ତୁ ଗତି କଲେ ଏହାକୁ ପୃଥିବୀର ନିକଟରେ ଗତି କରୁଛି ବୋଲି ଧରି ନିଆଯାଇଥାଏ । ତେବେ ପ୍ରାୟ ୨୧୦୦ ଫୁଟର ଏହି ବିଶାଳକାୟ ପଥରଖଣ୍ଡ ପୃଥିବୀ ଠାରୁ ମାତ୍ର ୫.୩ ନିୟୁତ କିଲୋମିଟର ଦୂରରେ ଗତି କରିବ । ତେଣୁ ବିଶ୍ୱବାସୀଙ୍କ ପାଇଁ ଏବେ ଏହା ଚିନ୍ତାର କାରଣ ପାଲଟିଛି।

ଏହି କ୍ଷୁଦ୍ରଗ୍ରହଗୁଡ଼ିକ ପୃଥିବୀ ଭଳି ସୂର୍ଯ୍ୟର ପରିକ୍ରମା କରୁଛନ୍ତି । ଶେଷଥର ପାଇଁ ଏହି କ୍ଷୁଦ୍ରଗ୍ରହକୁ ୧ ସେପ୍ଟେଟର ୨୦୦୦ ମସିହାରେ ଦେଖିବାକୁ ମିଳିଥିଲା । ତେବେ ଏହାପରେ ଏହି ପଥରଖଣ୍ଡ ଦୃଶ୍ୟମାନ ହୋଇ ନଥିଲା । କିନ୍ତୁ ଜୁଲାଇ ଓ ଅଗଷ୍ଟ ମାସରେ ପୁଣିଥରେ ଏହି ପଥରଖଣ୍ଡ ଦୃଶ୍ୟମାନ ହେବା ବୈଜ୍ଞାନିକଙ୍କ ଚିନ୍ତା ବଢାଇଛି । ଏହାପୂର୍ବରୁ ୧୯୦୮ ମସିହାରେ ଏକ କ୍ଷୁଦ୍ରଗ୍ରହ ପୃଥିବୀ ସହ ଧକ୍କା ହେବା ପୂର୍ବରୁ ଜଳି ନଷ୍ଟ ହୋଇଥିଲା । କିନ୍ତୁ ଏହାର ପ୍ରଭାବରେ ସାଇବେରିଆର ଦୁଙ୍ଗୁସ୍କାରେ ୧୦୦ ମିଟରର ଏକ ବଡ ଗାତ ହୋଇଥିଲା । ଯେଉଁଥିରେ ପାଖାପାଖି ୮ କୋଟି ଗଛ ଆଖି ପିଛୁଳାକେ ନଷ୍ଟ ହୋଇ ଯାଇଥିଲା ।

( ସୌଜନ୍ୟ: gadgets.ndtv.com)

ସମ୍ବନ୍ଧିତ ଖବର