ଗଧ ମାଂସରେ ଆଜ୍‌ମା ଭଲ ହେଉଥିବା ଗୁଜବ ଯୋଗୁଁ ଆନ୍ଧ୍ରପ୍ରଦେଶ ଓ ତେଲେଙ୍ଗାନାରେ ଗଧ ହତ୍ୟା ବୃଦ୍ଧି

ହାଇଦ୍ରାବାଦ: ଗଧ ମାଂସ ଆଜ୍‌ମା ଓ ଘୁଙ୍ଗୁଡ଼ି ଆରୋଗ୍ୟ କରୁଛି ବୋଲି ଅବାଧ ଅପପ୍ରଚାର ଯୋଗୁଁ ଆନ୍ଧ୍ରପ୍ରଦେଶ ଏବଂ ତେଲେଙ୍ଗାନାର କିଛି ଅଞ୍ଚଳରେ ବ୍ୟାପକ ଗଧ ହତ୍ୟା ଚାଲିଛି।

ଯଦିବା ଏହି କଥାର କୌଣସି ଡାକ୍ତରୀ ପ୍ରମାଣ ନାହିଁ, ତଥାପି କିଛି ନିର୍ଦ୍ଦିଷ୍ଟ ସମ୍ପ୍ରଦାୟ ଏବଂ ଗୋଷ୍ଠୀ ଗଧ ମାଂସ ଖାଉଛନ୍ତି। ସେମାନଙ୍କର ବିଶ୍ୱାସ ଏହା ବଳ, ଶୌର୍ଯ୍ୟ ଏବଂ ପୌରୁଷ ବୃଦ୍ଧି କରାଇବ।

କୋଟି ସରକାରୀ ଡାକ୍ତରଖାନାର ଇଏନ୍‌ଟି ସର୍ଜନ୍‌ ଡକ୍ତର ମନୀଷ କୁମାର କହନ୍ତି; କୌଣସି ଜନ୍ତୁର ମାଂସ ଘୁଙ୍ଗୁଡ଼ି ବନ୍ଦ କରି ପାରିବ ନାହିଁ। ଏହା ଶରୀରର ଅଭ୍ୟନ୍ତରୀଣ ସମସ୍ୟା- କଙ୍କାଳର ଆକାର ଏବଂ ଶରୀରର ପୃଥୁଳତା ଆଦି ଦାୟୀ। କୌଣସି ମାଂସ ଖାଇଲେ ଘୁଙ୍ଗୁଡ଼ି କମିଯିବା ଭଳି ଗୁଜବର ସତ୍ୟତା ନାହିଁ।

ପ୍ରାଣୀପ୍ରେମୀମାନଙ୍କ ମତରେ, ଗଧମାନଙ୍କୁ ନିର୍ବିଚାର ଭାବେ ହତ୍ୟା କରାଯାଇ ଖୋଲାଖୋଲି ମାଂସ ବିକ୍ରୟ କରାଯାଉଛି। ବିଶେଷ କରି ଉଭୟ ରାଜ୍ୟର ବିଭିନ୍ନ ସ୍ଥାନ ଯଥା:- ଗୁଣ୍ଟୁର ଜିଲ୍ଲାର ତାଡ଼େପାଲି, ପ୍ରକାଶମ୍‌ ଜିଲ୍ଲାର ଚିରାଲା ଏବଂ ବପତ୍‌ଲା ଏବଂ ହାଇଦ୍ରାବାଦ ଏବଂ କୁର୍ନୁଲ୍‌।

ତାଡ଼େପାଲିରେ କଂସେଇମାନେ ସାଇନବୋର୍ଡ ଝୁଲାଇ ସେଥିରେ ଲେଖିଛନ୍ତି ଗଧ ମାଂସ ଆଜ୍‌ମା ଏବଂ ଘୁଙ୍ଗୁଡ଼ି ଆରୋଗ୍ୟ କରେ।

ଫୁଡ୍‌ ସେଫ୍‌ଟି ଆଣ୍ଡ୍‌ ଷ୍ଟାଣ୍ଡାର୍ଡ ଅଥରିଟି ଅଫ୍‌ ଇଣ୍ଡିଆ (ଏଫ୍‌ଏସ୍‌ଏସ୍‌ଏଆଇ) ଅନୁସାରେ, ଗଧ ମାଂସ ଖାଇବା ଅନୁପଯୁକ୍ତ।

ସମ୍ବନ୍ଧିତ ଖବର