ଓଡ଼ିଶା ଉପକୂଳରେ ଅସ୍ତ୍ର ମିସାଇଲ୍‌ର ସଫଳ ପରୀକ୍ଷଣ, ସୁଖୋଇ ବିମାନରୁ ନିକ୍ଷେପ କରାଗଲା

ନୂଆଦିଲ୍ଲୀ: ଭାରତୀୟ ବାୟୁସେନା ସୋମବାର ଓଡ଼ିଶା ଉପକୂଳରେ ଏୟାର-ଟୁ-ଏୟାର ମିସାଇଲ ଅସ୍ତ୍ରର ସଫଳ ଭାବେ ପରୀକ୍ଷଣ କରିଛି । ଏହାର ଏକ ଭିଡିଓ ବି ଜାରି କରାଯାଇଛି। ସୁଖୋଇ-୩୦ ବିମାନରୁ ଏହି ମିସାଇଲର ବ୍ୟବହାରିକ ପରୀକ୍ଷଣ କରାଯାଇଥିଲା।

 

ପ୍ରତିରକ୍ଷା ମନ୍ତ୍ରାଳୟ ପକ୍ଷରୁ ପ୍ରକାଶ, ଏହା ବାୟୁରେ ସିଧାସଳଖ ସୁନିଶ୍ଚିତ ଲକ୍ଷ୍ୟଭେଦ କରୁଥିବା ଭାରତର ପ୍ରଥମ ସ୍ୱଦେଶୀ ଏୟାର-ଟୁ-ଏୟାର ମିସାଇଲ। ଏହି ମିସାଇଲ୍‌କୁ ପରୀକ୍ଷଣ ସମୟରେ ଯେତିକି ସଫଳତାର ଆଶା ରଖାଯାଇଥିଲା ସେତିକି ସଫଳ ହୋଇଛି। ବିଭିନ୍ନ ର‍୍ୟାଡର, ଇଲେକ୍ଟ୍ରୋ ଅପ୍ଟିକଲ ଟ୍ରାକିଂ ସିଷ୍ଟମ (ଇଓଟିଏସ୍‌) ଓ ସେନ୍‌ସର ଦ୍ବାରା ମିସାଇଲ୍‌କୁ  ଟ୍ରାକ୍‌ କରିବା ସହିତ ଲକ୍ଷ୍ୟଭେଦ ଉପରେ ନଜର  ରଖାଯାଇଥିଲା। ଅସ୍ତ୍ର  ନିର୍ଭୁଲ ଭାବେ ଲକ୍ଷ୍ୟକୁ  ଯାଇ ମାଡ କରିଥିଲା।

ଅସ୍ତ୍ର ଏକ ସ୍ୱଦେଶୀ ବିଅଣ୍ଡ ଭିଜୁଆଲ ରେଞ୍ଚ ଏୟାର-ଟୁ-ଏୟାର ମିସାଇଲ। ଏହାର ଲକ୍ଷ୍ୟଭେଦ ସୀମା ୭୦କିମିରୁ ଅଧିକ ରହିଛି। ଏହି ମିସାଇଲ୍‌  ପ୍ରତିଘଣ୍ଟା ୫,୫୫୫ କିଲୋମିଟର ବେଗରେ  ଉଡି ନିଜ ଲକ୍ଷ୍ୟରେ ପହଁଞ୍ଚି ପାରିବ।

ସମ୍ବନ୍ଧିତ ଖବର