ନୂଆଦିଲ୍ଲୀ: ‘ଓମିକ୍ରନ୍‌ ଭେରିଏଣ୍ଟ୍‌’ ନିଷ୍କ୍ରିୟ କରିବାରେ ରୋଗପ୍ରତିରୋଧକ ସମ୍ମିଶ୍ରଣ ‘ଇଭୁସେଲ୍‌ଡ୍‌’ ଫଳପ୍ରଦ ହେଉଥିବା ପ୍ରାକ୍‌-ନୈଦାନିକ ପରୀକ୍ଷାରୁ ଜଣାପଡ଼ିଛି ବୋଲି ଶୁକ୍ରବାର ଦିନ ପ୍ରଖ୍ୟାତ ଔଷଧ କମ୍ପାନି ‘ଆଷ୍ଟ୍ରାଜେନିକା’ କହିଛି।

Advertisment

ଏ ସଂକ୍ରାନ୍ତରେ ‘ୟୁଏସ୍‌ ଫୁଡ୍‌ ଆଣ୍ଡ୍‌ ଡ୍ରଗ୍‌ ଆଡ୍‌ମିନିଷ୍ଟ୍ରେସନ୍‌’, ‘ସେଣ୍ଟର୍‌ ଫର୍‌ ବାୟୋଲଜିକ୍ସ୍‌ ଇଭାଲୁଏସନ୍‌ ଆଣ୍ଡ୍‌  ରିସର୍ଚ’ର ଗବେଷକମାନେ ସ୍ବାଧୀନ ଭାବେ କରିଥିବା ସଦ୍ୟତମ ଗବେଷଣାରୁ ଜଣାପଡ଼ିଛି। ଗବେଷଣା ନିମନ୍ତେ ଯୁକ୍ତରାଷ୍ଟ୍ର ଆମେରିକା ସରକାର ‘ରିସର୍ଚ ଫଣ୍ଡ୍‌’ ଆର୍ଥିକ ସହାୟତା ଯୋଗାଇ ଥିଲେ।

‘ଇଭୁସେଲ୍‌ଡ୍‌’ (ଟିକ୍ସାଜିଭିମ୍ୟାବ୍‌ ଓ ସିଲ୍‌ଗାଭିମ୍ୟାବ୍‌ର ମିଶ୍ରଣ) ହେଉଛି ଦୀର୍ଘ ଦିନ ଧରି କାର୍ଯ୍ୟ କରୁଥିବା କୋଭିଡ୍‌ ପ୍ରତିହତକାରୀ ରୋଗପ୍ରତିରୋଧକର ସମ୍ମିଶ୍ରଣ।

publive-image Image Courtesy of The New Indian Express

ଭାରତରେ ଉପରୋକ୍ତ ଔଷଧର ଜରୁରୀକାଳୀନ ବ୍ୟବହାର ନିମନ୍ତେ ‘ରେଗୁଲେଟରି ଆପ୍ରୋଭାଲ୍‌’ ପାଇଁ ଆବେଦନ କରିବାକୁ ‘ଆଷ୍ଟ୍ରାଜେନିକା’ ଉଦ୍ୟମ ଚଳାଇଛି। କରୋନାଭାଇରସ୍‌ ସଂକ୍ରମଣ ପ୍ରତିହତକାରୀ ଚିକିତ୍ସାରେ ପ୍ରୟୋଗ ନିମନ୍ତେ ଯୁକ୍ତରାଷ୍ଟ୍ର ଆମେରିକାରେ ସ୍ବୀକୃତି‌ ପାଇବାରେ ଏହା ହେଉଛି ପ୍ରଥମ ଔଷଧ।

ମୁଖ୍ୟତଃ କର୍କଟ ରୋଗ ଏବଂ ରୋଗପ୍ରତିରୋଧକ ଶକ୍ତି ଦବି ଯାଇଥିବା ବ୍ୟକ୍ତିମାନଙ୍କ କ୍ଷେତ୍ରରେ ଏହାକୁ ବ୍ୟବହାର କରାଯାଏ।

publive-image Image Courtesy of The Times of India

ଗବେଷଣାର ସଦ୍ୟତମ ଫଳାଫଳ ସଂକ୍ରାନ୍ତ ମନ୍ତବ୍ୟ ସେୟାର୍‌ କରି କମ୍ପାନିର କାର୍ଯ୍ୟନିର୍ବାହୀ ଉପାଧ୍ୟକ୍ଷ ମିନି ପାଙ୍ଗା‌ଲସ୍‌ କହିଛନ୍ତି ଯେ, ଦୁଇଟି ରୋଗପ୍ରତିରୋଧ ମିଶ୍ରଣ ଭୂତାଣୁ ବିପକ୍ଷରେ ଭଲ କାମ ଦେଉଛି।

କୋଭିଡ୍‌ ଚିକିତ୍ସାରେ ପ୍ରୟୋଗ ନିମନ୍ତେ ଅନ୍ୟ ଦେଶରେ ମଧ୍ୟ ‘ଇଭୁସେଲ୍‌ଡ୍‌’କୁ ସ୍ବୀକୃତି ମିଳିଛି ବୋଲି ‘ଆଷ୍ଟ୍ରାଜେନିକା’ କହିଛି।