ଆଷ୍ଟ୍ରାଜେନେକା କୋଭିଡ୍‌ ଟିକା ନିରାପଦ, ବନ୍ଦ କରିବାର କିଛି କାରଣ ନାହିଁ: ‘ହୁ’

ଜେନେଭା, ସ୍ବିଜରଲାଣ୍ଡ୍ : ଆଷ୍ଟ୍ରାଜେନେକା କୋଭିଡ୍‌ ଟିକା ନେବାଦ୍ବାରା ରକ୍ତ ଜମାଟ ବାନ୍ଧିବା ଭଳି ଯେଉଁ ଭୟ ସୃଷ୍ଟି ହୋଇଥିବାରୁ ୬ଟି ରାଷ୍ଟ୍ର ଏହି ଟିକା ବ୍ୟବହାର ବନ୍ଦ କରିଛନ୍ତି। ତେବେ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ (‘ହୁ’) ଆଜି କହିଛି, ଆଷ୍ଟ୍ରାଜେନେକା କୋଭିଡ୍‌ ଟିକା ସଂପୂର୍ଣ୍ଣ ନିରାପଦ ଏବଂ ଏହାକୁ ବନ୍ଦ କରିବାର କୌଣସି ଆବଶ୍ୟକତା ନାହିଁ। ‘ହୁ’ର ଟିକା ପରାମର୍ଶଦାତା କମିଟି ଟିକାର ସୁରକ୍ଷା ପ୍ରସଙ୍ଗକୁ ଭଲଭାବେ ପରୀକ୍ଷା କରିଛନ୍ତି। ଟିକା ଏବଂ ରକ୍ତ ଜମାଟ ବାନ୍ଧିବା ମଧ୍ୟରେ କୌଣସି ସଂପର୍କ ନାହିଁ ବୋଲି ‘ଜଣାପଡ଼ିଛି। ବିଶ୍ବବ୍ୟାପୀ ୨୬୦ ନିୟୁତରୁ ଅଧିକ ଲୋକଙ୍କୁ କରୋନା ଟିକା ଦିଆସରିଛି କିନ୍ତୁ ଏପର୍ଯ୍ୟନ୍ତ କାହାର ଟିକା ପାଇଁ ମୃତ୍ୟୁ ହୋଇନାହିଁ ବୋଲି ‘ହୁ’ କହିଛି। ଉଲ୍ଲେଖ‌‌ଯୋଗ୍ୟ ଡେନମାର୍କ, ନରୱେ ଏବଂ ଆଇସଲାଣ୍ଡ୍‌ ଆଷ୍ଟ୍ରାଜେନେକା କୋଭିଡ୍‌ ଟିକା ବ୍ୟବହାର ବନ୍ଦ ରଖିଛନ୍ତି।

ସମ୍ବନ୍ଧିତ ଖବର