କରୋନାରେ ଆକ୍ରାନ୍ତ ହୋଇ ଶେଷ ନିଶ୍ୱାସ ତ୍ୟାଗ କଲେ ପ୍ରସିଦ୍ଧ ଜ୍ୟୋତିର୍ବିଦ ବେଜନ ଦାରୁୱାଲା

ଅହମ୍ମଦାବାଦ: ଭାରତର ପ୍ରସିଦ୍ଧ ଜ୍ୟୋତିର୍ବିଦ ବେଜନ ଦାରୁୱାଲା ଆଉ ନାହାନ୍ତି | ଅହମ୍ମଦାବାଦର ଏକ ଡାକ୍ତରଖାନାରେ ସେ ଆଜି ସନ୍ଧ୍ୟାରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି | ଏ ନେଇ ଗୁଜୁରାଟର ମୁଖ୍ୟମନ୍ତ୍ରୀ ବିଜୟ ରୁପାଣି  ଟୁଇଟ କରି ଜଣାଇବା ସହ ବେଜନ ଦାରୁୱାଲାଙ୍କ ଦେହାନ୍ତରେ ଶୋକ ପ୍ରକାଶ କରିଛନ୍ତି। | ୮୯ବର୍ଷ ବୟସରେ ଦାରୁୱାଲା ଦୁନିଆରୁ ବିଦାୟ ନେଇଥିବା ବେଳେ କରୋନା ଆକ୍ରାନ୍ତ ହୋଇ ସେ ଡାକ୍ତରଖାନାରେ ଭର୍ତି ହୋଇଥିଲେ ବୋଲି ଜଣା ପଡିଛି | ଆଜି ସେ ମୃତ୍ୟୁ ସହ ସଂଗ୍ରାମ କରି ହାରିଯିବା ସହ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି |

ମିଳିଥିବା ସୂଚନା ମୁତାବକ, ମେ ୨୨ରେ ଜ୍ୟୋତିର୍ବିଦ ବେଜନ ଦାରୁୱାଲା କରୋନା ଆକ୍ରାନ୍ତ ହୋଇଥିବା ନେଇ ନିଶ୍ଚିତ କରିଥିଲା ଅହମ୍ମଦାବାଦ ନଗର ନିଗମ। ଗତ ସପ୍ତାହରୁ ତାଙ୍କୁ ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଚିକିତ୍ସା ସମୟରେ ତାଙ୍କୁ ନିଶ୍ୱାସ ନେବାରେ ଅସୁବିଧା ହେଉଥିଲା। ସେ ଏକ ସପ୍ତାହ ପାଇଁ ଭେଣ୍ଟିଲେଟରରେ ଥିଲେ | ତେବେ ବେଜନ ଦାରୁୱାଲାଙ୍କ ଦେହରେ କରୋନା ଲକ୍ଷଣ ଥାଇ ମଧ୍ୟ ସେ କରୋନା ଭୂତାଣୁ ପାଇଁ ମୃତ୍ୟୁବରଣ କରି ନଥିବା କହିଛନ୍ତି ତାଙ୍କ ପୁଅ ନାସ୍ତୁର ଦାରୁୱାଲା । ନାସ୍ତୁରଙ୍କ ଅନୁଯାୟୀ, ତାଙ୍କ ପିତା ବେଜନ ଦାରୁୱାଲା ନିମୋନିଆ ଏବଂ ଅମ୍ଳଜାନ ଅଭାବରୁ ମୃତ୍ୟୁ ବରଣ କରିଛନ୍ତି।

bejan
oneindia

ବେଜନ ଦାରୁୱାଲା ଜଣେ ଜ୍ୟୋତିର୍ବିଦ ସହ ଗଣେଶ ଭକ୍ତ ମଧ୍ୟ ଥିଲେ | ସେ ବିଭିନ୍ନ ଅଗ୍ରଣୀ ଖବରକାଗଜରେ ଜ୍ୟୋତିଷ ସ୍ତମ୍ଭ ‘ଗଣେଶ ସ୍ପିକ୍ସ’ ଶୀର୍ଷକକୁ ଲେଖୁଥିଲେ | ତାଙ୍କର ଭବିଷ୍ୟବାଣୀଗୁଡିକ ପ୍ରାୟ ସତ ହେଉଥିବା ବେଳେ ସବୁ ଧର୍ମର ଲୋକମାନେ ତାଙ୍କୁ ଅନୁସରଣ କରୁଥିଲେ| ସେ ଅଟଳ ବିହାରୀ ବାଜପେୟୀ, ମୋରାରଜୀ ଦେଶାଇ ଏବଂ ନିକଟରେ ନରେନ୍ଦ୍ର ମୋଦୀଙ୍କ ସମେତ ଅନେକ ପ୍ରଧାନମନ୍ତ୍ରୀଙ୍କ ବିଜୟର ପୂର୍ବାନୁମାନ କରିଥିଲେ। ରାଜୀବ ଗାନ୍ଧୀଙ୍କ ହତ୍ୟା, ସଞ୍ଜୟ ଗାନ୍ଧୀଙ୍କ ଦୁର୍ଘଟଣା ଏବଂ ଭୋପାଳ ଗ୍ୟାସ ଦୁର୍ଘଟଣା ବିଷୟରେ ମଧ୍ୟ ସେ ପୂର୍ବାନୁମାନ କରିଥିଲେ।

ସମ୍ବନ୍ଧିତ ଖବର