ଚୀନ୍‌ର ପ୍ରଥମ ମହିଳା ଭାବେ ମହାଶୂନ୍ୟରେ ଚାଲିଲେ ୱାଙ୍ଗ୍‌ ୟାପିଙ୍ଗ୍‌

ନୂଆଦିଲ୍ଲୀ: ଚୀନ୍‌ର ‘ଶେନ୍‌ଝୌ-୧୩ ମିସନ୍’ର କ୍ରୁ’ସଦସ୍ୟା ମହାକାଶଚାରିଣୀ ୱାଙ୍ଗ୍‌ ୟାପିଙ୍ଗ୍‌ ପ୍ରଥମ ଚୀନା ମହିଳା ଭାବେ ରବିବାର ସନ୍ଧ୍ୟାରେ ମହାଶୂନ୍ୟରେ ଚାଲିଛନ୍ତି।

ଚୀନ୍‌ର ‘ଶେନ୍‌ଝୌ-୧୩ ମିସନ୍’ରେ ‘ସିଆଙ୍ଗୋଙ୍ଗ୍‌ ମହାକାଶ କେନ୍ଦ୍ର’ର ମଡ୍ୟୁଲ୍‌ ‘ସିଆନ୍‌ହେ’କୁ ଯାତ୍ରା କରିଥିବା ମହାକାଶଚାରୀମାନେ ରବିବାର ଦିନ ପ୍ରଥମ କରି ମହାଶୂନ୍ୟରେ ଚାଲିଥିଲେ। ସେମାନଙ୍କ ମଧ୍ୟରେ ଥିଲେ ୪୧ ବର୍ଷୀୟ ମହାକାଶଚାରିଣୀ ୱାଙ୍ଗ୍‌ ୟାପିଙ୍ଗ୍‌।

‘ଚାଇନା ମ୍ୟାନ୍‌ଡ୍‌ ସ୍ପେସ୍‌ ପ୍ରୋଗ୍ରାମ୍‌’ ଜାରି କରିଥିବା ବିବୃତିରେ ଉଲ୍ଲେଖ ଅଛି, ୨୦୨୧ ନଭେମ୍ବର ୭ ତାରିଖ ଦିନ ‘ଶେନ୍‌ଝୌ-୧୩’ର ମହାକାଶଚାରୀମାନେ ପ୍ରଥମ କରି ପଦାକୁ ବାହାରିବେ। ଏକ୍‌ଷ୍ଟ୍ରାଭେଇକୁଲାର୍‌ ସୁଟ୍‌ ‘ଦି ଫ୍ଲାଇଙ୍ଗ୍‌’ର ଏକ୍‌ଷ୍ଟ୍ରାଭେଇକୁଲାର୍‌ ଅଭିଯାନ ଚଳାଇବେ ମହାକାଶଚାରୀ ଚାଇ ଚିଙ୍ଗଙ୍ଗ୍ ଏବଂ ୱାଙ୍ଗ୍‌ ୟାପିଙ୍ଗ୍। ମହାକାଶଚାରୀ ୟେ ଗୁଆଙ୍ଗ୍‌ଫୁ ଏଥିରେ ସହଯୋଗ କରିବା ସହ କ୍ୟାବିନ୍‌ ପରିଚାଳନା କରିବେ। ସମ୍ପ୍ରତି ଚାଲିଥିବା ବାହ୍ୟ କାର୍ଯ୍ୟକ୍ରମ ୬ ଘଣ୍ଟା ପର୍ଯ୍ୟନ୍ତ ଚାଲିବ ବୋଲି ଆଶା କରାଯାଏ।

Image Courtesy of India Today

‘ଚାଇନା ଡେଲି’ର ରିପୋର୍ଟ ଅନୁସାରେ, ବେଜିଙ୍ଗ୍‌ ସମୟ ସନ୍ଧ୍ୟା ୬.୫୧ ରୁ ୮.୨୮ ମଧ୍ୟରେ ଚାଇ ‘ହ୍ୟାଚ୍‌’ ଖୋଲିବା ପରେ ସେ ଓ ୱାଙ୍ଗ୍‌ ‘ସିଆଙ୍ଗୋଙ୍ଗ୍‌ ମହାକାଶ କେନ୍ଦ୍ର’ରୁ ବାହାରିଥିଲେ। ମଧ୍ୟରାତ୍ର ସୁଦ୍ଧା ସେମାନେ ମହାକାଶ କେନ୍ଦ୍ରର ରୋବଟିକ୍‌ ଆର୍ମରେ ନୂତନ ଯନ୍ତ୍ରପାତି ବୋଝେଇ କରି ତାହାକୁ ଏକଷ୍ଟ୍ରାଭେଇକୁଲାର୍‌ କାର୍ଯ୍ୟ ଓ ଉଦ୍ଧାର ଅଭିଯାନ ଅଭ୍ୟାସ କରାଇଥିଲେ।

‘ଚାଇନା ଡେଲି’ର ରିପୋର୍ଟ ଅନୁସାରେ, ମହାକାଶକୁ ଯିବାରେ ୱାଙ୍ଗ୍‌ ହେଉଛନ୍ତି ଦ୍ବିତୀୟ ଚୀନା ମହିଳା। ୧୯୯୭ ଅଗଷ୍ଟରେ ସେ ‘ପିପୁଲ୍ସ୍‌ ଲିବରେସନ୍‌ ଆର୍ମି ଏୟାର୍‌‌ ଫୋର୍ସ’ରେ ଯୋଗ ଦେଇଥିଲେ।

ସମ୍ବନ୍ଧିତ ଖବର