ମହାକାଶଚାରୀଙ୍କ ଖେଦୋକ୍ତି : କରୋନାଗ୍ରସ୍ତ ପୃଥିବୀକୁ ଫେରିବା କଷ୍ଟକର

କେପ୍ କାନାଭରାଲ୍(ଫ୍ଲୋରିଡ଼ା) : ସମ୍ପ୍ରତି ମହାମାରୀ କରୋନା କବଳିତ ବିଶ୍ବବାସୀ ନିଜର ସ୍ଥିତି ନେଇ କୌଣସି ପ୍ରକାର ଦୃଡ଼ନିଶ୍ଚିତ ହୋଇପାରୁନାହାନ୍ତିା ଏଭଳି ସ୍ଥିତିରେ ଦୀର୍ଘ ନଅ ମାସ କାଳ ପୃଥିବୀ ବାହାରେ ସମୟ ବିତାଇ ଆସନ୍ତା ସପ୍ତାହରେ ଭୂପୃଷ୍ଠରେ ଅବତରଣ କରିବାକୁ ଥିିବା ୩ ଜଣ ମହାକାଶଚାରୀ କିଭଳି ପରିବର୍ତ୍ତିତ ପରିସ୍ଥିତିକୁ ସାମନା କରିବେ ବୋଲି ସନ୍ଦିହାନ ହୋଇପଡି଼ଛନ୍ତିା ପ୍ରଥମ ସାକ୍ଷାତରେ ପରିବାରବର୍ଗକୁ ଆବେଗପୂର୍ଣ ଆଲିଙ୍ଗନରେ ଆବିଷ୍କାର କରିବା ପାଇଁ ଉତ୍ସୁକତାର ସହ ଚାହି ରହିଥିବା ଏହି ଅନ୍ତରୀକ୍ଷ ଅଭିଯାତ୍ରୀ ଦଳ କରୋନା ଯୋଗୁଁ ସେସବୁରୁ ବ‌ିତ ହେବେ ବୋଲି ଆଶଙ୍କା ପ୍ରକଟ କରିଛନ୍ତିା

ଆମେରିକୀୟ ମହାକାଶ ଗବେଷଣା ସଂସ୍ଥା ନାଶା ପକ୍ଷରୁ ମହାକାଶ ଗସ୍ତ କରିଥିବା ଏହି ତିନି ଜଣ ମହାକାଶଚାରୀ ହେଲେ ଜେସିକା ମୀର, ଆଣ୍ତ୍ରୁ ମୋର୍ଗାନ ଏବଂ କ୍ରିସ୍‌ କ୍ରାସିଡିା ସେମାନଙ୍କ ମଧ୍ୟରୁ ମୋର୍ଗାନ ଗତବର୍ଷ ଜୁଲାଇ ମାସରେ ମହାକାଶ ଯାତ୍ରା କରିଥିବା ବେଳେ ମୀର ଓ କ୍ରାସିଡି ଗତ ସେପ୍ଟେମ୍ବରରେ ହିଁ ମହାକାଶରେ ଅବସ୍ଥାପିତ ଆନ୍ତର୍ଜାତିକ ମହାକାଶ ଗବେଷଣା କେନ୍ଦ୍ର(ଆଇଏସ୍‌ଏସ୍‌) ଅଭିମୁଖେ ଯାତ୍ରା କରିଥିଲୋ ସେଠାରେ ଦୀର୍ଘ ଦିନ ଧରି ପରୀକ୍ଷା ନିରୀକ୍ଷା ଚଳାଇ ସେମାନେ ଆସନ୍ତା ଶୁକ୍ରବାର ପୃଥିବୀ ଫେରିବାର କାର୍ଯ୍ୟକ୍ରମ ସ୍ଥିର ହୋଇଛିା ଏପରିକି ଏକ ରୂଷୀୟ ସୋୟୁଜ୍ ବିମାନରେ ସେମାନେ କାଜାକସ୍ତାନରେ ଅବତରଣ କରିବା ପାଇଁ ଅବଗଣନା ଆରମ୍ଭ ହୋଇସାରିଛିା ଏତେ ଦିନ ଧରି ନିଜ ଆତ୍ମୀୟ ସ୍ବଜନ ତଥା ଦେଶବାସୀଙ୍କ ଠାରୁ ଏକପ୍ରକାର ନିର୍ବାସିତ ଜୀବନ କାଟୁଥିବା ଏହି ମହାକାଶଚାରୀମାନେ ଭୂପୃଷ୍ଠକୁ ଫେରିବା ଲାଗି ଉଲ୍ଲସିତ ହେବା ସ୍ବାଭାବିକା ମାତ୍ର ପୃଥିବୀର ସାମ୍ପ୍ରତିକ କରୋନା ସ୍ଥିତି ସମ୍ପର୍କରେ ସେମାନେ ଅବଗତ ଥିବାରୁ ଏଠାରେ ପହ‌ି ସେମାନଙ୍କୁ ପୁଣି ନିର୍ବାସନ ତୁଲ୍ୟ ସମୟ କାଟିବାକୁ ପଡି଼ବ ବୋଲି କଳ୍ପନା କରି ସେମାନେ ମର୍ମାହତ ବୋଲି କହିଛନ୍ତିା ଏଭଳି ସ୍ଥିତିକୁ ସାମନା କରିବା ଭାରି କଷ୍ଟକର ବୋଲି ଗତ ୧୦ତାରିଖରେ ଆୟୋଜିତ ଏକ ଭିଡିଓ କନ୍ଫରେନ୍ସ ମାଧ୍ୟମରେ ସେମାନେ ଦୁଃଖ ପ୍ରକାଶ କରି କହିଛନ୍ତିା ମହାକାଶର ନିଃସଙ୍ଗତା ଅପେକ୍ଷା ନିଜ ଜନ୍ମମାଟିରେ ଭୋଗିବାକୁ ଥିବା ସଙ୍ଗରୋଧ ବିଜନତା ହିଁ ବେଶୀ ଯନ୍ତ୍ରଣାଦାୟକା ମହାକାଶରେ ସେମାନଙ୍କ ରହଣି କାଳ ଭିତରେ ପୃଥିବୀର ସ୍ଥିତି ଏତେ ବଦଳି ଯାଇଥିବ ବୋଲି ସେମାନେ ବିଶ୍ବାସ କରିପାରୁନାହାନ୍ତିା ଏହା ସେମାନଙ୍କୁ ଦିବାସ୍ବପ୍ନ ସଦୃଶ ମନେ ହେଉଛିା ସୁଦୂର ଅନ୍ତରୀକ୍ଷରୁ ପୃଥିବୀ ନଅ ମାସ ତଳେ ଯେମିତି ଦେଖାଯାଉଥିଲା, ଏବେ ବି ସେମିତି ଦିଶୁଥିବା ବେଳେ ଭିତରେ ଭିତରେ ଏଥିରେ ଯେ ଏତେ ପରିବର୍ତ୍ତନ ଆସିଥିବ ସେମାନେ ଆଦୌ ହଜମ କରିପାରୁନାହାନ୍ତି ବୋଲି ସେମାନେ କହିଛନ୍ତିା

ସମ୍ବନ୍ଧିତ ଖବର