ନୂଆଦିଲ୍ଲୀ: ମହାକାଶଚାରୀ ସୁନିତା ୱିଲିୟମ୍ସ ପୃଥିବୀପୃଷ୍ଠରେ ପ୍ରତ୍ୟାବର୍ତ୍ତନ କରି ସାରିଛନ୍ତି। ଯାହାକୁ ନେଇ ବିଶ୍ବରେ ଏକ ପ୍ରକାର ଖୁସି ମହଲ ଦେଖିବାକୁ ମିଳିଛି। ବିଜ୍ଞାନର ଶକ୍ତିକୁ ବିଶ୍ବ ବାଃ ବାଃ ଦେଉଛି।

Advertisment

ମହାକାଶଚାରୀମାନଙ୍କୁ ନେଇ ଲୋକଙ୍କ ମନରେ ଅନେକ ପ୍ରକାର ପ୍ରଶ୍ନ ଉଙ୍କି ମାରିଥାଏ। ଏହି ପ୍ରଶ୍ନ ମଧ୍ୟରୁ ଅନେକଙ୍କ ମଧ୍ୟରେ ସବୁଠାରୁ ଅଧିକ ଉଙ୍କି ମାରୁଥିବା ପ୍ରଶ୍ନମଧ୍ୟରେ ଗୋଟିଏ ହେଉଛି ମହାକାଶରେ ମହାକାଶଚାରୀମାନେ କିପରି ଶୋଇଥାନ୍ତି ।

ସୁନିତା ୱିଲିୟମ୍ସଙ୍କ ଫେରିବା ପରେ ତାଙ୍କର ଅନେକ ପୁରୁଣା ଭିଡିଓ ମଧ୍ୟ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏହି ଭିଡିଓଗୁଡ଼ିକରେ ସେ ମହାକାଶ ଷ୍ଟେସନରେ ଥିବା ନଜର ଆସୁଛନ୍ତି। 
ଏହି ଭିଡିଓଗୁଡ଼ିକ ମଧ୍ୟରୁ ଗୋଟିଏରେ, ସୁନିତା ମହାକାଶରେ କିପରି ଶୋଇଥାନ୍ତି ତାହା କହୁଥିବାର ଦେଖିବାକୁ ଓ ଶୁଣିବାକୁ ମିଳୁଛି। 

ଏହି ଭିଡିଓରେ ସୁନିତା ୱିଲିୟମ୍ସ ନିଜେ ଉଲ୍ଲେଖ କରୁଛନ୍ତି ଯେ ଲୋକମାନେ ତାଙ୍କୁ ପ୍ରାୟତଃ ପ୍ରଶ୍ନ ପଚାରନ୍ତି ଯେ ସେ ମହାକାଶରେ କିପରି ଶୋଇଥାନ୍ତି? ଏହାର ଉତ୍ତର ଦେବାକୁ ଯାଇ ମୁଁ କହିବି ଲୋକମାନେ ପ୍ରାୟତଃ ଭାବନ୍ତି ଆମେ  ମହାକାଶରେ ସାଧାରଣ ଲୋକଙ୍କ ଭଳି ଶୋଇ ଯାଇଥାଉ କିନ୍ତୁ ଏପରି ହୋଇ ନଥାଏ। ବିଛଣା ଭଳି ସପୋର୍ଟ ମିଳି ନଥାଏ। ମହାକାଶରେ ଶୋଇବା ପାଇଁ ଏକ ସ୍ଲିପ ଷ୍ଟେସନ ଅଛି।  ଯେଉଁଠାରେ ଏକ ସ୍ଲିପିଂ ବ୍ୟାଗ ରହିଥାଏ। ‌ ଏହି ସ୍ଲିପିଂ ବ୍ୟାଗରେ ଶୋଇବାକୁ  ହୋଇଥାଏ।

ଭିଡିଓରେ ସୁନିତା ୱିଲିୟମ୍ସ ନିଜେ ଏହି ସ୍ଲିପ୍ ଷ୍ଟେସନକୁ ଯାଇ କିପରି ଶୋଇଥାନ୍ତି ତାହା ସ୍ପଷ୍ଟ ଭାବେ ଭିଡିଓ ଜରିଆରେ ଲୋକଙ୍କୁ ଜଣାଇଛନ୍ତି।