ନୂଆଦିଲ୍ଲୀ: ମହାକାଶରେ ୯ମାସ ଫଶି ରହିବାପରେ ସୁନୀତା ୱିଲିଅମ୍ସ ଓ ବୁଚ୍ ଓ୍ଲିଲ୍‌ମୋର ନିକଟରେ ସୁରକ୍ଷିତ ଭାବେ ପ୍ରତ୍ୟାବର୍ତ୍ତନ କରିଛନ୍ତି।   

Advertisment

ସୁନୀତା ମହାକାଶ ଯାତ୍ରାକୁ ନେଇ ନିଜର ଅନୁଭବ ସେୟାର କରିଥିବା ବେଳେ ଭାରତକୁ ତାଙ୍କ ବାପାଙ୍କ ଦେଶ ବୋଲି କହିଛନ୍ତି।

ଭାରତ ବିଷୟରେ ଆଲୋଚନା କରି ସୁନୀତା କହିଥିଲେ 'ମୁଁ ଆଶା କରୁଛି ଏବଂ ମୁଁ ନିଶ୍ଚିତ ଯେ ମୁଁ ମୋ ବାପାଙ୍କ ଦେଶକୁ ଫେରିବି ଏବଂ ଲୋକମାନଙ୍କୁ ଭେଟିବି। ମୁଁ ଇସ୍ରୋ ମିସନରେ ଯାଉଥିବା ଭାରତୀୟ ମହାକାଶଚାରୀମାନଙ୍କ ବିଷୟରେ ଜାଣିବାକୁ ଖୁବ ଆଗ୍ରହୀ। ଏଥିସହିତ ଇସ୍ରୋ ସହିତ ମହାକାଶରେ ମୋର ଅଭିଜ୍ଞତା କିପରି ଥିଲା ତାହା ବାଣ୍ଟିବାକୁ ଇଚ୍ଛୁକ ଅଛି।

ଯେତେବେଳେ ବି ମୁଁ ଭାରତ ଉପରେ ଦେଇ ଯାଉଥିଲି ମହାକାଶରୁ ଭାରତର ପ୍ରାକୃତିକ ସୌନ୍ଦର୍ଯ୍ୟକୁ ମନଭରି ଉପଭୋଗ କରୁଥିଲି । ହିମାଳୟ ପାଦଦେଶ, ଜମ୍ମୁକାଶ୍ମୀର ଠାରୁ ଆରମ୍ଭ କରି ଗୁଜରାଟ, ମହାରାଷ୍ଟ୍ର ଆଦି ଅନେକ ସ୍ଥାନର ଫଟୋ ଉଠାଇବାର ସୁଯୋଗ ମୁଁ ହାତ ଛାଡ଼ କରିନାହିଁ।’