ନୂଆଦିଲ୍ଲୀ: ପତ୍ନୀଙ୍କୁ ଘରେ ଛାଡ଼ି ପ୍ରେମିକା ସହ କନସର୍ଟ ଯାଇଥିଲେ ଆଷ୍ଟ୍ରୋନୋମର ସିଇଓ। ଧରାଇ ପକାଇଦେଲା ଷ୍ଟାଡିୟମରେ ଲାଗିଥିବା କ୍ୟାମେରା। ବୋଷ୍ଟନରେ ଘଟିଛି ଏହି ଘଟଣା। କୋଲ୍ଡପ୍ଲେ କନସର୍ଟ ସମୟରେ ଆଷ୍ଟ୍ରୋନୋମର ସିଇଓ ଆଣ୍ଡି ବାଇରନ୍ ଏବଂ କମ୍ପାନିର ଏଚ୍ଆର୍ ମୁଖ୍ୟ କ୍ରିଷ୍ଟିନ୍ କାବୋଟଙ୍କ ଏକ ଭିଡିଓ କ୍ଲିପ୍ ଏବେ ଖୁବ ଭାଇରାଲ ହେବାରେ ଲାଗିଛି। ଏହି ଭିଡିଓରେ ଦେଖାଯାଇଛି ଯେ, କ୍ରିଷ୍ଟିନ୍ ଆଗରେ ଠିଆ ହୋଇଥିବା ବେଳେ ଆଣ୍ଡି ବାଇରନ୍ ତାଙ୍କ ପଛରେ ଠିଆ ହୋଇ ତାଙ୍କୁ ଆଲିଙ୍ଗନ କରିଛନ୍ତି।
Podczas koncertu zespołu Coldplay, "Kiss Cam" nieoczekiwanie stało się narzędziem do ujawnienia rzekomego romansu.
— MNFPL (@musicnewsfactpl) July 17, 2025
Kamera pokazała Andy'ego Byrona, dyrektora generalnego firmy Astronomer, w objęciach Kristin Cabot, szefowej działu HR. pic.twitter.com/HzhO2nXxo4
ଷ୍ଟାଡିୟମରେ ଲାଗିଥିବା କ୍ୟାମେରାରେ ଦୁହେଁ କଏଦ ହେବା ପରେ ଆଣ୍ଡି ତୁରନ୍ତୁ କ୍ରିଷ୍ଟିନଙ୍କୁ ଛାଡ଼ି ତଳେ ବସିପଡ଼ୁଛନ୍ତି । ଏହା ସହ କ୍ରିଷ୍ଟିନ ନିଜ ମୁହଁ ଲଚାଇ ପଛକୁ ଚାଲିଯାଉଛନ୍ତି। ଏହି ଭିଡିଓ ସାମ୍ନାକୁ ଆସିବା ପରେ, ସୋସିଆଲ ମିଡିଆରେ ସେମାନଙ୍କର ଅନୈତିକ ପ୍ରେମ ସମ୍ପର୍କକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। ଘରେ ପତ୍ନୀଙ୍କୁ ଛାଡ଼ି ଏଭଳି ପ୍ରେମିକା ସହ କନସର୍ଟ ଆସିବାକୁ ନେଇ ଆଣ୍ଡି ବାଇରନଙ୍କୁ ଏବେ ଲୋକ ଟ୍ରୋଲ କରିବା ଆରମ୍ଭ କରିଛନ୍ତି।
ବର୍ତ୍ତମାନ ସୁଦ୍ଧା, ଆଷ୍ଟ୍ରୋନୋମର କିମ୍ବା ଆଣ୍ଡି ବାଇରନ୍ ଏହି ଘଟଣା ସମ୍ପର୍କରେ କୌଣସି ସରକାରୀ ବିବୃତି ଜାରି କରିନାହାଁନ୍ତି। କୁହାଯାଉଛି ଯେ, ଆଣ୍ଡି ପ୍ରାୟ ୭୦ମିଳିୟନ ଡଲାରର ମାଲିକ ହେବେ।