ଓଡିଶା ଫେରିଲେ ସୁନା ପୁଅ ଆସ୍ୱାଥ 

ଭୁବନେଶ୍ୱର: ଋଷିଆରେ ଅନୁଷ୍ଠିତ ହୋଇଥିବା ୱାର୍ଲଡ ସ୍କିଲ ପ୍ରତିଯୋଗିତାରେ ସ୍ବର୍ଣ୍ଣ ଜିତି ଇତିହାସ ରଚିଥିବା ଓଡ଼ିଆ ପୁଅ ଆସ୍ୱାଥ ନାରାୟଣନ ଓଡିଶାକୁ ଫେରିଛନ୍ତି | ୪୫ ତମ ୱାର୍ଲଡ ସ୍କିଲ ପ୍ରତିଯୋଗିତାରେ ଓଡ଼ିଶାର ଆସ୍ୱାଥ ନାରାୟଣନଙ୍କୁ ସ୍ବର୍ଣ୍ଣ ମିଳିଥିବାବେଳେ ୱାଟର ଟେକ୍‌ନୋଲୋଜିରେ ସେ ସ୍ବର୍ଣ୍ଣ ଜିତିଥିଲେ | ଆସ୍ୱାଥ ଭୁବନେଶ୍ୱରର ସିଭି ରମଣ ଇଂଜିନିୟରିଂ କଲେଜର ଇଲେକ୍ଟ୍ରୋନିକ୍ସ ଆଣ୍ଡ ଇନସ୍ତୃମେଣ୍ଟେସନ ଇଂଜିନିୟରିଂ ବିଭାଗର ଛାତ୍ର ହୋଇଥିବାବେଳେ କଲେଜ ପକ୍ଷରୁ ସମ୍ବର୍ଦ୍ଧନା ଦିଆଯାଇଛି |

ଏହି ଅବସରରେ ଆସ୍ୱାଥ କହିଛନ୍ତି ଯେ ଏହି ପ୍ରତିଯୋଗିତାରେ ବହୁତ କିଛି ଅଭିଜ୍ଞତା ମିଳିଥିଲା | ଫଳାଫଳ କଣ ହେବ ତାହା ଜଣାନଥିଲା | କିନ୍ତୁ କଠୋର ପରିଶ୍ରମ ସଫଳତା ଦେଇଛି | ଏଠାରେ ସୂଚନା ଥାଉ କି ନାରାୟଣନଙ୍କ ଏହି ସଫଳତା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କୁ ଶୁଭେଚ୍ଛା ଜଣାଇଥିଲେ |

ମୁଖ୍ୟମନ୍ତ୍ରୀ ନିଜ ଟ୍ୱିଟରରେ ଲେଖିଥିଲେ ଯେ ଆସ୍ୱାଥ ନାରାୟଣନଙ୍କ କୃତିତ୍ୱ ଓଡିଶା ପାଇଁ ଗର୍ବର ବିଷୟ | ଏହି ପ୍ରତିଯୋଗିତାରେ ୬୩ଟି ଦେଶ ଭାଗ ନେଇଥିବାବେଳେ ଜଳ ସମ୍ବଦ୍ଧିୟ ପ୍ରକଳ୍ପ ନିର୍ମାଣ କରି ଆସ୍ୱାଥ ସ୍ବର୍ଣ୍ଣ ଜିତିଥିଲେ |

ସମ୍ବନ୍ଧିତ ଖବର