ପ୍ରଧାନମନ୍ତ୍ରୀଙ୍କ ଘରେ ରାଜ୍ୟସଭା ସାଂସଦ ଅଶ୍ୱିନୀ ବୈଷ୍ଣବ, ମନ୍ତ୍ରିମଣ୍ଡଳରେ ସ୍ଥାନ ପାଇବା ନେଇ ଚର୍ଚ୍ଚା

ନୂଆଦିଲ୍ଲୀ: ମୋଦୀଙ୍କ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ବେଳେ ଓଡ଼ିଶାରୁ କାହାକୁ ମିଳିବ ସୁଯୋଗ। କିଏ ହେବ ଓଡ଼ିଶାରୁ ନୂଆ ମନ୍ତ୍ରୀ, ତାକୁ ନେଇ ନାନା ଆଲୋଚନା ଓ ଆକଳନ ଚାଲିଛି। ରାଜ୍ୟସଭା ସାଂସଦ ଅଶ୍ୱିନୀ ବୈଷ୍ଣବ ଓ ମୟୁରଭଂଜ ସାଂସଦ ବିଶେଶ୍ୱର ଟୁଡୁଙ୍କ ନାଁକୁ ନେଇ ଏବେ ଜୋରଦାର ଚର୍ଚ୍ଚା।

ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ଏହି ଦୁଇଜଣଙ୍କୁ ଏଥର ମନ୍ତ୍ରୀ ପଦ ମିଳିପାରେ। ଏହାସହ ଅଶ୍ୱିନୀ ବୈଷ୍ଣବ ମୋଦୀଙ୍କ ବାସଭବନରେ ପହଞ୍ଚିଥିବାର ମଧ୍ୟ ଖବର ମିଳିଛି। ଅଶ୍ୱିନୀ ବୈଷ୍ଣବ ୨୦୧୯ ଜୁନ୍ ୨୮ରେ ରାଜ୍ୟସଭାକୁ ଯାଇଥିଲେ। ରାଜନୀତିରେ ଏକ ବିରଳ ଘଟଣାକ୍ରମରେ ଉଭୟ ବିଜେପି ଓ ବିଜେଡି ମିଳିତ ଭାବେ ତାଙ୍କୁ ରାଜ୍ୟସଭାକୁ ପଠାଇବାରେ ଭୂମିକା ନେଇଥିଲେ। ୫୧ ବର୍ଷୀୟ ଅଶ୍ୱିନୀ ବୈଷ୍ଣବ ବିଦେଶରୁ ପାଠ ପଢ଼ିବା ସହ କାନପୁର ଆଇଆଇଟିରୁ ଡିଗ୍ରି ହାସଲ କରିଛନ୍ତି।

ଏହା ସହ ପୂର୍ବତନ ଆଇଏଏସ ଭାବେ ତାଙ୍କର ପ୍ରଶାସନିକ କ୍ଷେତ୍ରରେ ବେଶ୍ ଅଭିଜ୍ଞତା ରହିଛି। ସେପଟେ ବିଶେଶ୍ୱର ଟୁଡୁଙ୍କୁ ନେଇ ପୂର୍ବରୁ ଏତେ ଚର୍ଚ୍ଚା ନଥିଲ। ହେଲେ ଏବେ ଜାତୀୟ ଗଣମାଧ୍ୟମରେ ତାଙ୍କ ନାମକୁ ନେଇ ଚର୍ଚ୍ଚା ଜୋର ଧରିଛି। ମୋଦୀଙ୍କ କ୍ୟାବିନେଟରେ ବିଶେଶ୍ୱର ସ୍ଥାନ ପାଇପାରନ୍ତି ବୋଲି କୁହାଯାଉଛି।

ସମ୍ବନ୍ଧିତ ଖବର