ନୂଆ ମନ୍ତ୍ରୀ, ନୂଆ ଦାୟିତ୍ୱ: ଅଶ୍ୱିନୀ ବୈଷ୍ଣବଙ୍କୁ ମିଳିଲା ରେଳ, ଧର୍ମେନ୍ଦ୍ରଙ୍କ ହାତରୁ ଖସିଲା ପେଟ୍ରୋଲିୟମ 

ନୂଆଦିଲ୍ଲୀ: ଆଜି ୧୫ ଜଣ ନେତା କେନ୍ଦ୍ର କ୍ୟାବିନେଟର ମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି । ଏହା ସହ ଅନ୍ୟ ୨୮ଜଣ ରାଷ୍ଟ୍ରମନ୍ତ୍ରୀ ଭାବେ ଶପଥ ନେଇଛନ୍ତି | ଆଉ ଏବେ ମନ୍ତ୍ରୀମାନଙ୍କ ମଧ୍ୟରେ ବିଭାଗ ବଣ୍ଟନ ହୋଇଛି | ସବୁଠାରୁ ବଡ କଥା ଯେ ଓଡିଶାରୁ ରାଜ୍ୟସଭା ସାଂସଦ ଥିବା ଅଶ୍ୱିନୀ ବୈଷ୍ଣବଙ୍କୁ ରେଳ ମନ୍ତ୍ରାଳୟ ସହ ସୂଚନା ଓ ପ୍ରଯୁକ୍ତିବିଦ୍ୟା ଭଳି ମନ୍ତ୍ରାଳୟର ମନ୍ତ୍ରୀ ଭାବେ ଦାୟିତ୍ୱ ଦିଆଯାଇଛି |  ସେହିପରି ଧର୍ମେନ୍ଦ୍ର ପ୍ରଧାନଙ୍କୁ ଶିକ୍ଷା ଓ ଦକ୍ଷତା ବିକାଶ ଭଳି ମନ୍ତ୍ରାଳୟ ଦିଆଯାଇଛି |

ପେଟ୍ରୋଲିୟମ ମନ୍ତ୍ରାଳୟ ହରଦୀପ ସିଂହ ପୁରୀଙ୍କୁ ଦାୟିତ୍ୱ ଦିଆଯାଇଥିବାବେଳେ ଅନୁରାଗ ଠାକୁରଙ୍କୁ ସୂଚନା ଓ ପ୍ରସାରଣ ମନ୍ତ୍ରାଳୟ ଦାୟିତ୍ୱ ଦିଆଯାଇଛି | ମଧ୍ୟପ୍ରଦେଶର ଟାଣୁଆ ନେତା ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କୁ ବେସାମରିକ ବିମାନ ଚଳାଚଳ ସହ ମନସୁଖ ମାଣ୍ଡଭିୟଙ୍କୁ ସ୍ୱାସ୍ଥ୍ୟ, ସାର ଓ ରସାୟନ ମନ୍ତ୍ରାଳୟର ଦାୟିତ୍ୱ ଦିଆଯାଇଛି | ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିଜ ପାଖରେ ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ମନ୍ତ୍ରାଳୟ ସହ ଅମିତ ଶାହାଙ୍କ ପାଖରେ ଗୃହ ମନ୍ତ୍ରାଳୟ ସହ କୋଅପରେସନ ମନ୍ତ୍ରାଳୟର ଦାୟିତ୍ୱ ଦିଆଯାଇଛି |

ସମ୍ବନ୍ଧିତ ଖବର