ଏଥର ଶୀତରେ ଦିଲ୍ଲୀର ରେକର୍ଡ: ଶନିବାର ସକାଳେ ସର୍ବନିମ୍ନ ତାପମାତ୍ରା ୨. ୪ ଡିଗ୍ରି ସେଲିସିଅସ୍‌

ନୂଆଦିଲ୍ଲୀ: ଶନିବାର ସକାଳେ ଦିଲ୍ଲୀର ତାପମାତ୍ରା ୨. ୪ ଡିଗ୍ରି ସେଲିସିଅସ୍‌କୁ ଖସି ଆସି ଏପର୍ଯ୍ୟନ୍ତ ଏ ବର୍ଷର ସର୍ବନିମ୍ନ ତାପମାତ୍ରା ଭାବେ ରେକର୍ଡ କରାଯାଇଛି। ଆଗାମୀ ଦୁଇ ଦିନ ଧରି ଜାତୀୟ ରାଜଧାନୀ ଅଞ୍ଚଳରେ ଖୁବ୍‌ ଥଣ୍ଡା ଅନୁଭୂତ ହେବ ବୋଲି ପାଣିପାଗ ବିଭାଗ ପୂର୍ବରୁ ସତର୍କ କରାଇ ଦେଇଥିଲା।

ଭାରତୀୟ ପାଣିପାଗ ବିଭାଗ କହିଛି ଯେ ସକାଳ ୬: ୧୦ରେ ଦିଲ୍ଲୀର ସର୍ବନିମ୍ନ ତାପମାତ୍ରା ଥିଲା ୨. ୪ ଡିଗ୍ରି ସେଲିସିଅସ୍‌। ଘନ କୁହୁଡ଼ି ଯୋଗୁଁ ଦୃଶ୍ୟତା ମଧ୍ୟ ୧୫୦ ମିଟରରୁ କମ୍‌ ଥିଲା।

ଡିସେମ୍ବର ୨୯ ତାରିଖ ଯାଏଁ ଦିଲ୍ଲୀରେ ହେମାଳିଆ ଦିନ ଓ ଶୀତ ଲହରୀ ଲାଗି ରହିବ। ଏହାପରେ ଦିନର ତାପମାତ୍ରା ବଢ଼ିବାର ସମ୍ଭାବନା ଥିବା କଥା ଭାରତୀୟ ପାଣିପାଗ ବିଭାଗ କହିଛି।

Image Source: News Nation

ସର୍ବୋଚ୍ଚ ତାପମାତ୍ରା ଅର୍ଥାତ୍‌ ଦିନର ତାପମାତ୍ରା ୬. ୪ ଡିଗ୍ରି ରହିଲେ ତାହାକୁ ଅତି ଥଣ୍ଡା ଦିନ ବୋଲି କୁହାଯାଇଥାଏ। ଏହି ସମୟରେ ଶୀତ ଲହରୀ ପ୍ରବାହିତ ହୁଏ ଏବଂ ସର୍ବନିମ୍ନ ତାପମାତ୍ରା ବା ରାତ୍ରୀର ତାପମାତ୍ରା ୪. ୫ ଡିଗ୍ରି ସେଲିସିଅସ୍‌ରୁ କମ୍‌ ରହେ।

ଭାରତୀୟ ପାଣିପାଗ ବିଭାଗର ବୈଜ୍ଞାନିକମାନେ କହିଛନ୍ତି ଯେ ‘ୱେଷ୍ଟର୍ଣ୍ଣ ଡିଷ୍ଟର୍‌ବାନ୍‌ସ୍‌’ ଯୋଗୁଁ ବର୍ଷା ଓ କୁଆପଥର ପଡ଼ିବାର ସମ୍ଭାବନା ଥିବାରୁ ଡିସେମ୍ବର ୩୧ ତାରିଖ ବେଳକୁ ଥଣ୍ଡା ସାମାନ୍ୟ କମିଯିବ।

ସମ୍ବନ୍ଧିତ ଖବର