ନୂଆଦିଲ୍ଲୀ: ଆଜି ଗୋଟେ ଦିନରେ ସାରା ଦେଶକୁ ସର୍ବାଧିକ ତରଳ ମେଡିକାଲ୍ ଅମ୍ଳଜାନ ଯୋଗାଇଦିଆଯାଇଛି | ୪୧ଟି ଟ୍ୟାଙ୍କରରେ ୭୧୮ ମେଟ୍ରିକ୍ ଟନ୍ ତରଳ ମେଡିକାଲ୍ ଅମ୍ଳଜାନ ଆଜି ସ୍ୱତନ୍ତ୍ର ଅମ୍ଳଜାନ ଏକ୍ସପ୍ରେସ ଟ୍ରେନ୍ ଦ୍ୱାରା ବିଭିନ୍ନ ରାଜ୍ୟକୁ ପଠାଯାଇଥିବା କହିଛି କେନ୍ଦ୍ର। ଉତ୍ତରପ୍ରଦେଶକୁ ସର୍ବାଧିକ ୨୨୨ମେଟ୍ରିକ ଟନ ତରଳ ମେଡିକାଲ୍ ଅମ୍ଳଜାନ ପଠାଯାଇଥିବା ବେଳେ ହରିୟାଣାକୁ ୧୮୦ ମେଟ୍ରିକ ଟନ ତରଳ ମେଡିକାଲ୍ ଅମ୍ଳଜାନ ପଠାଯାଇଛି |
ଜାତୀୟ ପରିବହନକାରୀ ଶୁକ୍ରବାର ଦିନ କହିଛନ୍ତି ଯେ ରେଳବାଇ ଏପ୍ରିଲ ୧୯ରୁ ୧୮୫ଟି ଟ୍ୟାଙ୍କରରେ ଦେଶର ବିଭିନ୍ନ ରାଜ୍ୟକୁ ୨,୯୬୦ ଟନ୍ ମେଡିକାଲ ଅମ୍ଳଜାନ ବିତରଣ କରିଛି। ଏଥିରେ ଆହୁରି ମଧ୍ୟ କୁହାଯାଇଛି ଯେ ୪୭ ଅମ୍ଳଜାନ ଏକ୍ସପ୍ରେସ ଟ୍ରେନ୍ ଏପର୍ଯ୍ୟନ୍ତ ସେମାନଙ୍କର ଯାତ୍ରା ଶେଷ କରିସାରିଛନ୍ତି।
The Economic Timesଦେଶରେ ଏବେ କରୋନା ସଂକ୍ରମଣ ଉଦବେଗଜନକ ହୋଇଥିବା ବେଳେ ଅମ୍ଳଜାନ ଅଭାବରୁ ଅନେକ କରୋନା ରୋଗୀଙ୍କ ମୃତ୍ୟୁ ହେଉଥିବା ନେଇ ଖବର ମିଳୁଛି | ସାରା ରାଜ୍ୟରେ ଥିବା ଏହି ଅମ୍ଳଜାନର ଅଭାବକୁ ଦୂର କରିବା ପାଇଁ ସରକାର ଅମ୍ଳଜାନ ଏକ୍ସପ୍ରେସ ଟ୍ରେନ୍ ଚଳାଚଳ ଆରମ୍ଭ କରିଥିଲେ | ଏହି ଅମ୍ଳଜାନ ଏକ୍ସପ୍ରେସ ଟ୍ରେନ୍ ଦ୍ୱାରା ବିଭିନ୍ନ ରାଜ୍ୟକୁ ଶହ ଶହ ମେଟ୍ରିକ ଟନ ଅମ୍ଳଜାନ ଯାଇସାରିଲାଣି | ସବୁଠାରୁ ବଡ଼ କଥା ହେଲା ଅମ୍ଳଜାନର ଘୋର ଅଭାବ ଦେଖା ଦେଇଥିବା ଦିଲ୍ଲୀରେ ଏବେ ଅମ୍ଳଜାନର ଅଭାବ ଦୂର ହୋଇଛି | ଏନେଇ ଗତକାଲି ସୂଚନା ଦେଇଥିଲେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ |
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/05/t-43.jpg)