ନୂଆଦିଲ୍ଲୀ: ୯୬.୨% ସାକ୍ଷରତା ହାର ସହ ଦେଶର ଶୀର୍ଷ ସାକ୍ଷର ରାଜ୍ୟ ଭାବେ ପୁଣି କେରଳ ପରିଗଣିତ ହୋଇଥିବା କଥା ‘ଜାତୀୟ ପରିସଂଖ୍ୟାନ କାର୍ଯ୍ୟାଳୟ’ ସର୍ବେକ୍ଷଣ ରିପୋର୍ଟରୁ ଜଣାପଡ଼ିଛି। ୬୬.୪% ସାକ୍ଷରତା ହାର ସହ ଆନ୍ଧ୍ରପ୍ରଦେଶ ସାକ୍ଷରତା ରେଟ୍ ଚାର୍ଟର ସର୍ବନିମ୍ନ ସ୍ଥାନରେ ରହିଛି।
ଜୁଲାଇ ୨୦୧୭ରୁ ଜୁନ୍ ୨୦୧୮ ମଧ୍ୟରେ କରାଯାଇଥିବା ଏହି ସର୍ବେକ୍ଷଣ ସାତ ବର୍ଷରୁ ଊର୍ଦ୍ଧ୍ବ ବୟସ୍କମାନଙ୍କର ରାଜ୍ୟୱାରି ବିସ୍ତୃତ ସାକ୍ଷରତା ହାର ତାଲିକା ପ୍ରଦାନ କରିଛି। ଏହି ସର୍ବେକ୍ଷଣ ଅନୁସାରେ, କେରଳ ପରେ ଦିଲ୍ଲୀର ସାକ୍ଷରତା ହାର (୮୮.୭%) ଭଲ ରହିଛି। ୮୭.୬% ସହ ଉତ୍ତରାଖଣ୍ଡ ତୃତୀୟ ଏବଂ ୮୬.୬% ସହ ହିମାଚଳପ୍ରଦେଶ ଚତୁର୍ଥ ଏବଂ ୮୫.୯% ସହ ଆସାମ ପଞ୍ଚମ ସ୍ଥାନରେ ରହିଛି।
Image Courtesy of TechGenyzଅନ୍ୟପକ୍ଷରେ ସ୍ବଳ୍ପ ସାକ୍ଷରତା ହାର ରାଜ୍ୟର ଦ୍ବିତୀୟ ସ୍ଥାନରେ ରହିଛି ରାଜସ୍ଥାନ (୬୯.୭%), ବିହାର (୭୦.୯%), ତେଲେଙ୍ଗାନା (୭୨.୮%), ଉତ୍ତର ପ୍ରଦେଶ (୭୩%) ଏବଂ ମଧ୍ୟପ୍ରଦେଶ (୭୩. ୭%)।
ଏହି ଅଧ୍ୟୟନରୁ ଜଣାପଡ଼ିଛି ଯେ, ଦେଶରେ ମୋଟାମୋଟି ସାକ୍ଷରତା ହାର ୭୭.୭%। ସେଥିରୁ ଦେଶର ମଫସଲ ଅଞ୍ଚଳରେ ସାକ୍ଷରତା ହାର ୭୩. ୫% ତୁଳନାରେ ସହରାଞ୍ଚଳରେ ସାକ୍ଷରତା ହାର ୮୭.୭% ରହିଥିବା ଜଣାପଡ଼ିଛି।
ସର୍ବଭାରତୀୟ ସ୍ତରରେ ପୁରୁଷ ସାକ୍ଷରତା ହାର ୮୪.୭% ଥିବା ବେଳେ ମହିଳା ସାକ୍ଷରତା ହାର ୭୦.୩% ରହିଛି। ପ୍ରତି ରାଜ୍ୟରେ ମହିଳାଙ୍କ ତୁଳନାରେ ପୁରୁଷ ସାକ୍ଷରତା ହାର ଅଧିକ ଥିବା ଜଣାପଡ଼ିଛି। କେରଳରେ ମଧ୍ୟ ପୁରୁଷ ସାକ୍ଷରତା ହାର ୯୭.୪% ଥିବା ବେଳେ ମହିଳା ସାକ୍ଷରତା ହାର ୯୫.୨% ରହିଛି। ଆନ୍ଧ୍ରପ୍ରଦେଶରେ ମଧ୍ୟ ପୁରୁଷ ସାକ୍ଷରତା ହାର ୭୩.୪% ଥିବା ବେଳେ ମହିଳା ସାକ୍ଷରତା ହାର ୫୯.୫% ରହିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/09/school.jpg)