ନୂଆଦିଲ୍ଲୀ: ମାନବତା ଇତିହାସରେ କୋଭିଡ୍-୧୯ ଏକ ଗୁରୁତ୍ୱପୂର୍ଣ୍ଣ ମୋଡ଼ ଏବଂ ଦ୍ୱିତୀୟ ବିଶ୍ୱଯୁଦ୍ଧ ପରେ ବିଶ୍ୱ ସମ୍ମୁଖୀନ ହୋଇଥିବା ସବୁଠୁ ବଡ଼ ଆହ୍ଵାନ ବୋଲି ଶନିବାର ଦିନ ଜି୨୦ ଶିଖର ସମ୍ମିଳନୀରେ ଉଦ୍ବୋଧନ ଦେଇ ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି।
କରୋନାତ୍ତୋର ବିଶ୍ୱ ନିମନ୍ତେ ମେଧା, ପ୍ରଯୁକ୍ତିବିଦ୍ୟା, ପାରଦର୍ଶିତା ଏବଂ ବିଶ୍ୱସନୀୟତା ଆଧାରିତ ବୈଶ୍ୱିକ ସୂଚକାଙ୍କ ପାଇଁ ସେ ପ୍ରସ୍ତାବ ଦେଇଛନ୍ତି।
ପ୍ରଧାନମନ୍ତ୍ରୀ ମୋଦୀ ଆହୁରି ମଧ୍ୟ କହିଛନ୍ତି ଯେ, କୋଭିଡ୍ ପରବର୍ତ୍ତୀ ବିଶ୍ୱରେ ‘ଯେକୌଣସି ସ୍ଥାନରୁ କାର୍ଯ୍ୟ କରିବା’ ନୂତନ ଚଳଣି ହୋଇ ଗଲାଣି।
ତେଣୁ, କାର୍ଯ୍ୟଧାରା ଏବଂ ଦଲିଲପତ୍ର ପ୍ରକ୍ରିୟା ନିମନ୍ତେ ଏକ ଭର୍ଚ୍ୟୁଆଲ୍ ଜି୨୦ ସେକ୍ରେଟେରିଏଟ୍ ଗଠନ କରିବାକୁ ସେ ପ୍ରସ୍ତାବ ଦେଇଛନ୍ତି।
Image Courtesy of India Todayକରୋନାଭାଇରସ୍ ସଂକ୍ରମଣ କାରଣରୁ ଏ ବର୍ଷ ରାଷ୍ଟ୍ରମୁଖ୍ୟମାନେ ଏକତ୍ର ହୋଇ ନ ପାରିବରୁ ଭର୍ଚ୍ୟୁଆଲ୍ ପଦ୍ଧତିରେ ଆୟୋଜିତ ‘ଗ୍ରୁପ୍ ଅଫ୍ ଜି୨୦ ମସିଟ୍’କୁ ସାଉଦି ଆରବ ରାଜା ସଲମାନ୍ ଉଦ୍ଘାଟନ କରିଥିଲେ।
ଏଥରର ଶିଖର ସମ୍ମିଳନୀ ସଂକ୍ରାନ୍ତରେ ପ୍ରଧାନମନ୍ତ୍ରୀ ମୋଦୀ ଟୁଇଟ୍ କରି ଲେଖିଛନ୍ତି, ଜି୨୦ ନେତାମାନଙ୍କ ସହ ଖୁବ୍ ଫଳପ୍ରଦ ଆଲୋଚନା ହେଲା। ବିଶ୍ୱର ସର୍ବବୃତ୍ ଅର୍ଥନୀତିଗୁଡ଼ିକର ସମ୍ମିଳିତ ଉଦ୍ୟମଦ୍ୱାରା ଏହି ମହାମାରୀରୁ ଅପେକ୍ଷାକୃତ ଶୀଘ୍ର ନିସ୍ତାର ମିଳିବ। ଭର୍ଚ୍ୟୁଆଲ୍ ଶିଖର ବୈଠକ ଆୟୋଜନ କରିଥିବାରୁ ସାଉଦି ଆରବର ରାଜାଙ୍କୁ ଧନ୍ୟବାଦ।
୨୦୨୨ରେ ଭାରତ ‘ଜି୨୦ ଶିଖର ସମ୍ମିଳନୀ’ ଆୟୋଜନ କରିବ ବୋଲି କାର୍ଯ୍ୟକ୍ରମ ଧାର୍ଯ୍ୟ କରାଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/11/g20.jpg)