‘ଆଟ୍‌ ହୋମ୍‌’ ବନ୍ଧୁ ମିଳନରେ ଓଡ଼ିଆ ଅତିଥି

ନୂଆଦିଲ୍ଲୀ : ସାଧାରଣତନ୍ତ୍ର ଦିବସ ଅବସରରେ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଦ୍ବାରା ରାଷ୍ଟ୍ରପତି ଭବନ ପରିସରରେ ପାରମ୍ପରିକ ‘ଆଟ୍‌ ହୋମ୍’ ବନ୍ଧୁ ମିଳନର ଆୟୋଜନ କରାଯାଇଥିଲା। ରାଷ୍ଟ୍ରପତି ରାମନାଥ କୋବିନ୍ଦ, ଦକ୍ଷିଣ ଆଫ୍ରିକା ରାଷ୍ଟ୍ରପତି ସିରିଲ୍‌ ରାମଫୋସା, ଉପରାଷ୍ଟ୍ରପତି ଏମ୍‌ ଭେଙ୍କିୟା ନାଇଡ଼ୁ ଆଗନ୍ତୁକ ଅତିଥିମାନଙ୍କୁ ସାଧାରଣତନ୍ତ୍ର ଦିବସର ଶୁଭେଚ୍ଛା ବ୍ୟକ୍ତିଗତ ଭାବେ ଜଣାଇଥିଲେ। ରାଷ୍ଟ୍ରପତିଙ୍କ ସାଧାରଣତନ୍ତ୍ର ଦିବସ ‘ଆଟ୍‌ ହୋମ୍‌’ ବନ୍ଧୁ ମିଳନରେ ଭାଗ ନେଇଥିବା ପ୍ରତିଷ୍ଠିତ ବ୍ୟକ୍ତିବ‌ିଶେଷଙ୍କ ମଧ୍ୟରେ ଓଡ଼ିଆ ଅତିଥି ପ୍ରଧାନମନ୍ତ୍ରୀଙ୍କ ଅତିରିକ୍ତ ପ୍ରମୁଖ ସଚିବ ପ୍ରମୋଦ କୁମାର ମିଶ୍ର, ସଂସଦୀୟ ବ୍ୟାପାର ସଚିବ ଏସ ଏନ୍‌ ତ୍ରିପାଠୀ, ଦିଲ୍ଲୀ ପୁଲିସ କମିସନର ଅମୁଲ୍ୟ ପଟ୍ଟନାୟକ, ଡିଜି (ଡିଆରଆଇ) ଦେବୀ ପ୍ରସାଦ ଦାସ, ଅଧ୍ୟକ୍ଷ ସିବିଆଇସି ପ୍ରଣବ କୁମାର ଦାସ, ସ୍ବଚ୍ଛ ଭାରତ ମିସନ୍‌ର ଓଏସ୍‌ଡି ଅକ୍ଷୟ ରାଉତ, ଏନ୍‌ଆଇସି ବୈଷୟିକ ନିର୍ଦ୍ଦେଶକ ଜ୍ଞାନ ରଂଜନ ନନ୍ଦ, ବର‌ିଷ୍ଠ ସାମ୍ବାଦିକ କିଶୋର ଦ୍ବିବେଦୀ ଓ କେନ୍ଦ୍ରୀୟ ପୂର୍ତ୍ତ ନିର୍ମାଣ ବିଭାଗର କନସଲଟାଣ୍ଟ୍‌ ବିଷ୍ଣୁ ପ୍ରଧାନ ସାମିଲ ଥିଲେ।

ସମ୍ବନ୍ଧିତ ଖବର