ରାଷ୍ଟ୍ରପତିଙ୍କ ଆଟ୍‌ ହୋମ୍‌ ବନ୍ଧୁ ମିଳନରେ ଓଡ଼ିଆ ଅତିଥି

ନୂଆଦିଲ୍ଲୀ : ସାଧାରଣତନ୍ତ୍ର ଦିବସ ଅବସରରେ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଦ୍ବାରା ରାଷ୍ଟ୍ରପତି ଭବନରେ ପାରମ୍ପରିକ ଆଟ୍‌ ହୋମ୍‌ ବନ୍ଧୁ ମିଳନର ଆୟୋଜନ କରାଯାଇଥିଲା। ରାଷ୍ଟ୍ରପତି ଭବନ ପରିସରରେ ଅନୁଷ୍ଠିତ ହୋଇଥିବା ବନ୍ଧୁ ମିଳନ କାର୍ଯ୍ୟକ୍ରମରେ ବ୍ରାଜିଲ ରାଷ୍ଟ୍ରପତି ଜେଆର ବୋଲସନାରୋ‌, ଉପରାଷ୍ଟ୍ରପତି ଏମ୍‌ ଭେଙ୍କୟା ନାଇଡ଼ୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ପୂର୍ବତନ ଉପରାଷ୍ଟ୍ରପତି ଏମ୍‌ ହାମିଦ ଅନ୍‌ସାରୀ, ପୂର୍ବତନ ପ୍ରଧାନମନ୍ତ୍ରୀ ଡ ମନମୋହନ ସିଂହ, ଭାରତର ପ୍ରଧାନ ବିଚାରପତି , ତିନି ସେନାର ମୁଖ୍ୟ, କେନ୍ଦ୍ରମନ୍ତ୍ରୀ ତଥା ଅନ୍ୟ ପ୍ରତିଷ୍ଠିତ ବ୍ୟକ୍ତିମାନେ ଯୋଗ ଦେଇଥିଲେ। ରାଷ୍ଟ୍ରପତିଙ୍କ ଓଡ଼ିଆ ଅତିଥି ତାଲିକାରେ ଦିଲ୍ଲୀ ପୁଲିସ କମିସନର ଅମୂଲ୍ୟ ପଟ୍ଟନାୟକ, ଏନ୍‌ଆଇସିର ବୈଷୟିକ ନିର୍ଦ୍ଦେଶକ ଜ୍ଞାନ ରଂଜନ ନନ୍ଦ, ବିଜେପିର ଜାତୀୟ ପ୍ରବକ୍ତା ଡାକ୍ତର ସମ୍ବିତ ପାତ୍ର, ବରିଷ୍ଠ ସାମ୍ବାଦିକ ଇନ୍ଦ୍ରାଣୀ ବାଗ୍‌ଚୀ ଓ କିଶୋର ଦ୍ବିବେଦୀ ତଥା କେନ୍ଦ୍ରୀୟ ପୂର୍ତ୍ତ ବିଭାଗ ଅଧିକାରୀ ବିଷ୍ଣୁ ପ୍ରଧାନ ପ୍ରମୁଖ ସ୍ଥାନ ପାଇଥିଲେ।

ସମ୍ବନ୍ଧିତ ଖବର