କର୍ତାରପୁର କରିଡର ଭିତ୍ତିପ୍ରସ୍ତର ସ୍ଥାପନ ଉତ୍ସବରେ ପାକିସ୍ତାନକୁ କଡ଼ା ଚେତାବତୀ ଦେଲେ ପଞ୍ଜାବ ମୁଖ୍ୟମନ୍ତ୍ରୀ ଅମ୍ରିନ୍ଦର ସିଂହ

ଚଣ୍ଡିଗଡ଼: ପଞ୍ଜାବ ମୁଖ୍ୟମନ୍ତ୍ରୀ କ୍ୟାପ୍‌ଟେନ୍‌ ଅମ୍ରିନ୍ଦର ସିଂହ କର୍ତାରପୁର କରିଡର ଭିତ୍ତିପ୍ରସ୍ତର ସ୍ଥାପନ ଉତ୍ସବରେ ଯୋଗଦେଇ  ଆତଙ୍କବାଦୀଙ୍କୁ ସମର୍ଥନ କରୁଥିବା ପାକିସ୍ତାନୀ .ସେନାମୁଖ୍ୟଙ୍କୁ  ଚେତାବନୀ ଦେଇଛନ୍ତି। ଏହି ଉତ୍ସବରେ କ୍ୟାପ୍‌ଟେନ୍‌ ଅମ୍ରିନ୍ଦର କହିଛନ୍ତି କି ‘ଜଣେ ସୈନିକ ଭାବେ ମୁଁ ପାକିସ୍ଥାନର ସେନା ମୁଖ୍ୟ କ୍ୱାମାର ବଜଓ୍ଵାଙ୍କୁ କିଛି ପଚାରିବାକୁ ଚାହିଁବି। ଅସ୍ତ୍ର ବିରତି ଚୁକ୍ତି ଉଲ୍ଲଂଘନ କରି ଲୁଚିଛପି ଗୁଳି ଚାଳନା କରିବା ସହ ଅନ୍ୟ ପକ୍ଷର ଯବାନମାନଙ୍କୁ ନିହତ କରିବା ପାଇଁ କେଉଁ ସେନା ତୁମକୁ ପ୍ରଶିକ୍ଷଣ ଦେଇଛି? ପଠାଣକୋଟ ଓ ଅମୃତସର ଆକ୍ରମଣ କରିବା ପାଇଁ କେଉଁ ସେନା ଶିଖେଇଛି? ଏହା କାପୁରୁଷପଣିଆ ଅଟେ।’

ପାକିସ୍ତାନର ହିଂସା ହେତୁ ନିରୀହ ଯବାନ ନିହତ ହେଉଥିବା ନେଇ କ୍ୟାପ୍‌ଟେନ୍‌ ଅମ୍ରିନ୍ଦର ତୀବ୍ର ନିନ୍ଦା କରିଛନ୍ତି। ସେ ପାକିସ୍ତାନୀମାନଙ୍କୁ ଧମକ ଦେବା ପରି କହିଛନ୍ତି ଯେ, ‘ମୁଁ ଆପଣଙ୍କୁ ଚେତାବନୀ ଦେଉଛି ଯେ ଆମେ ପଞ୍ଜାବୀ। ଆମେ ଏଠାରେ ପ୍ରବେଶ କରିବା ପାଇଁ କଦାଚିତ ଅନୁମତି ଦେବୁ ନାହିଁ, ଏଠାକାର ପରିବେଶ ନଷ୍ଟ କରିବା ଲାଗି ସୁଯୋଗ ଦେବୁନାହିଁ । ’

ଏହାଛଡ଼ା ଅମ୍ରିନ୍ଦର ସିଂହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ପାକିସ୍ତାନର ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ସେମାନେ ନେଇଥିବା ପଦକ୍ଷେପ ପାଇଁ ପ୍ରଶଂସା କରିଛନ୍ତି।

ସମ୍ବନ୍ଧିତ ଖବର