ନୂଆଦିଲ୍ଲୀ: ଶନିବାର ଦିନ ଆନ୍ଧ୍ରପ୍ରଦେଶର କଡ଼ପା ଅଞ୍ଚଳର ଗୋଟାଏ ଚୂନପଥର ଖଦାନ୍ରେ ବିସ୍ଫୋରଣ ଘଟି ଅନ୍ୟୂନ ୧୦ଜଣ ଲୋକ ପ୍ରାଣ ହରାଇଛନ୍ତି। ଭଙ୍ଗାରୁଜା ଚୂନପଥର ତଳେ ଆହୁରି କେତେକ ଲୋକ ମଧ୍ୟ ପୋତି ହୋଇ ପଡ଼ିଥିବା ଆଶଙ୍କା କରାଯାଉଛି।
ଘଟଣାଟି ଶନିବାର ସକାଳେ କଲସପଡୁ ବ୍ଲକ୍ ଅନ୍ତର୍ଗତ ମାମିଲାପାଲେ ଗାଁରେ ଘଟିଥିବା ଜଣାପଡ଼ିଛି। ପ୍ରାଣ ହରାଇଥିବା ବ୍ୟକ୍ତିମାନେ ଖଦାନ୍ରେ ଶ୍ରମିକ ଭାବେ ନିୟୋଜିତ ହୋଇଥିଲେ।
ପୋରୁମାମିଲା ପୁଲିସ ଇନ୍ସ୍ପେକ୍ଟର୍ଙ୍କ କହିବା ଅନୁସାରେ, ‘ଡିଟୋନେଟର୍’ଗୁଡ଼ିକୁ ଖଦାନ୍ସ୍ଥଳକୁ ସ୍ଥାନାନ୍ତର କରିବା ବେଳେ ବିସ୍ଫୋରଣ ଘଟିଥିଲା।
ଜୀବନ ହରାଇଥିବା ଶ୍ରମିକମାନଙ୍କ ମଧ୍ୟରୁ ଅଧିକାଂଶ ଆନ୍ଧ୍ରପ୍ରଦେଶର ମୁଖ୍ୟମନ୍ତ୍ରୀ ୱାଇ.ଏସ୍. ଜଗନମୋହନ ରେଡ୍ଡୀଙ୍କ ପୈତୃକ ଗାଁ ପୁଲିବେଣ୍ଡୁଲା ବୋଲି ମନେହେଉଛି।
Image Courtesy of India Todayଚୂନପଥର ଖଦାନ୍ ବିସ୍ଫୋରଣ ଯୋଗୁଁ ମୃତ ଶ୍ରମିକମାନଙ୍କ ପ୍ରତି ମୁଖ୍ୟମନ୍ତ୍ରୀ ରେଡ୍ଡୀ ଦୁଃଖବ୍ୟକ୍ତ କରିଛନ୍ତି। ଦୁର୍ଘଟଣାର କାରଣ ସଂକ୍ରାନ୍ତରେ ସେ ସମ୍ପୃକ୍ତ ସରକାରୀ ଅଧିକାରୀମାନଙ୍କୁ ପଚାରି ବୁଝିବା ସହ ଘଟଣାର ତଦନ୍ତ ଲାଗି ଆଦେଶ ଦେଇଛନ୍ତି। ଦୁର୍ଘଟଣାରେ ମୃତବ୍ୟକ୍ତମାନଙ୍କ ପରିବାରବର୍ଗଙ୍କ ପ୍ରତି ମଧ୍ୟ ସେ ସମବେଦନା ଜଣାଇଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/05/10-Dies-in-Lime-Stone-Quarry-Explotion_Thumbnail.jpg)