ତୀର୍ଥଯାତ୍ରା ହେଲା ଶେଷଯାତ୍ରା: ମେଳା ସାରି ଫେରୁଥିବା ବେଳେ ଲଞ୍ଚ ବୁଡ଼ି ୮ ଜଣଙ୍କ ମୃତ୍ୟୁ

ବେଙ୍ଗାଲୁର: ଆରବ ସାଗରରେ ୨୮ ଜଣ ତୀର୍ଥଯାତ୍ରୀଙ୍କୁ ନେଇ ଯାଉଥିବା ଏକ ଲଞ୍ଚ୍‌ ସୋମବାର ବୁଡ଼ି ଯିବାରୁ ୮ ଜଣଙ୍କର ଜୀବନ ଯାଇଛି। ୨୮ ଜଣ ତାର୍ଥଯାତ୍ରୀଙ୍କୁ ନେଇ ଆସୁଥିବା ଏହି ଲଞ୍ଚ୍‌ଟି ଆରବ ସାଗରର କୁରୁମାଗଡ଼ା ଦ୍ୱୀପରୁ କରଓ୍ଵାର ସମୁଦ୍ରକୂଳକୁ ଆସୁଥିବା ବେଳେ ଏହି ଦୁର୍ଘଟଣା ଘଟିଛି।

ଦୁର୍ଘଟଣା ପରେ ଭାରତୀୟ ନୌସେନା, ଭାରତୀୟ କୋଷ୍ଟ୍‍ ଗାର୍ଡ ଓ ଆଞ୍ଚଳିକ ମତ୍ସ୍ୟଜୀବୀମାନେ ମିଶି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି। ଉଦ୍ଧାରକାର୍ଯ୍ୟ ପାଇଁ ଗୋଆରୁ ନୌସେନାର ଏକ ହେଲିକପ୍ଟରରେ ନୌସେନାର ସମୁଦ୍ର ବୁଡ଼ାଳୀମାନେ ଉଦ୍ଧାର କାର୍ଯ୍ୟ ଲାଗି ଆସୁଥିବା ସୂଚନା ରହିଛି।

ପ୍ରାଥମିକ ତଦନ୍ତ କରି ପୁଲିସ୍‌ ସୂଚନା ଦେଇଛି ଯେ କୁରୁମାଗଡ଼ା ଦ୍ୱୀପରେ ହେଉଥିବା ବାର୍ଷିକ ମେଳା ବୁଲିବା ପାଇଁ ଏହି ଯାତ୍ରୀମାନେ ଯାଇଥିଲେ। ସେହି ଦ୍ୱୀପରେ ବିଷ୍ଣୁ ଭଗବାନଙ୍କର ନରସିଂହା ସ୍ୱାମୀ ମନ୍ଦିର ବି ରହିଛି।

ଏହି ମେଳା ବୁଲିବା ପାଇଁ ପାଖାପାଖି ୧ ହଜାର ଲୋକ ଯାଇଥିଲେ। ସେଠାରୁ ୨୮ ଜଣ ଯାତ୍ରୀଙ୍କୁ ନେଇ ଫେରୁଥିବା ଏହି ଲଞ୍ଚଟି ଭାରସାମ୍ୟ ହରାଇ  ବୁଡ଼ି ଯାଇଥିବା ସୂଚନା ରହିଛି।

ସମ୍ବନ୍ଧିତ ଖବର