ବାଗ୍‌ଦାଦ୍‌ ଅସ୍ତ୍ର ଗୋଦାମରେ ବିସ୍ଫୋରଣ ଯୋଗୁଁ ଅନ୍ୟୂନ ୧୬ ମୃତ

ବାଗ୍‌ଦାଦ୍‌: ଗୁରୁବାର ଦିନ ଇରାକ୍‌ର ରାଜଧାନୀ ଅନ୍ତର୍ଗତ ସଦର ସହରରେ ଥିବା ଏକ ଅସ୍ତ୍ର ଗୋଦାମରେ ବିସ୍ଫୋରଣ ଯୋଗୁଁ ଅନ୍ୟୂନ ୧୬ ଜଣ ଲୋକ ମୃତ୍ୟୁ ବରଣ କରିବା ସହ ଡଜନାଧିକ ଆହତ ହୋଇଥିବା କଥା, ନିରାପତ୍ତା ଏବଂ ଡାକ୍ତରଖାନା ସୂତ୍ରରୁ ପ୍ରକାଶ।

ଏକ ବିବୃତିରେ ବାଗ୍‌ଦାଦ୍‌ର ସିକ୍ୟୁରିଟି ଅପରେସନ୍‌ କମାଣ୍ଡ୍‌ କହିଛି: ଏକ ଅସ୍ତ୍ର ଭଣ୍ଡାରରେ ବିସ୍ଫୋରଣ ଘଟିଛି… କାରଣ ନିର୍ଦ୍ଧାରଣ କରିବାକୁ ନିରାପତ୍ତା ବଳ ଅନୁସନ୍ଧାନ ଆରମ୍ଭ କରିଛି।

ଏକ ବରିଷ୍ଠ ପୁଲିସ ସୂତ୍ର କହିଛି ରକେଟ୍‌-ପ୍ରୋପେଲ୍‌ଡ୍‌ ଗ୍ରେନେଡ୍‌ସ୍‌ ଏବଂ ସେଲ୍‌ ଭାରୀ ଅସ୍ତ୍ରଶସ୍ତ୍ର ଯୋଗୁଁ ବିସ୍ଫୋରଣ ଘଟିଛି। ଏଗୁଡ଼ିକ ଏକ ସଶସ୍ତ୍ର ଦଳର ଏବଂ ଗୋଟିଏ ଘରେ ଗଚ୍ଛିତ ରଖାଯାଇଥିଲା।

ସେ କହିଲେ ବିସ୍ଫୋରଣରେ ଅନ୍ୟୂନ ୧୬ ଜଣଙ୍କର ମୃତ୍ୟୁ ହେବା ସହ ୩୨ ଜଣ ଆହତ ହୋଇଛନ୍ତି। ଡାକ୍ତରଖାନା ସୂତ୍ରରୁ ମୃତ୍ୟୁସଂଖ୍ୟା କଥା ନିଶ୍ଚିତ କରାଯାଇଛି। ପୀଡ଼ିତମାନଙ୍କ ମଧ୍ୟରେ ନାରୀ ଓ ପିଲା ଅଛନ୍ତି।

ଖବର ଅନୁସାରେ, ଉତ୍ତରପୂର୍ବ ବାଗ୍‌ଦାଦ୍‌ର ଜିଲ୍ଲାରେ ଥିବା ଏକ ଶିଆ ମସ୍‌ଜିଦ୍‌ ନିକଟରେ ବିସ୍ଫୋରଣ ଘଟିଛି।

ଦେଖଣାହାରୀମାନେ କହନ୍ତି: ଓଜନିଆ ବସ୍ତୁ ସଦର ସହର ଜିଲ୍ଲାରେ ଘର ଏବଂ ଅନ୍ୟାନ୍ୟ କୋଠାବାଡ଼ି କ୍ଷତିଗ୍ରସ୍ତ କରିଛି।

ସମ୍ବନ୍ଧିତ ଖବର