ଜପ୍ଲିନ୍ (ଆମେରିକା): ଉତ୍ତର-କେନ୍ଦ୍ରୀୟ ମଣ୍ଟାନା ଅନ୍ତର୍ଗତ ସିଟଲ୍ ଏବଂ ସିକାଗୋ ମଧ୍ୟରେ ଚଳାଚଳ କରୁଥିବା ଗୋଟାଏ ଆମଟ୍ରାକ୍ ଟ୍ରେନ୍ ଶନିବାର ଅପରାହ୍ଣରେ ଧାରଣାଚ୍ୟୁତ ହେବାରୁ ଅନ୍ୟୂନ ୩ଜଣ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି ଓ ୫୦ରୁ ଊର୍ଦ୍ଧ୍ବ ଆହତ ହୋଇଥିବା ବିଭିନ୍ନ ଗଣମାଧ୍ୟମ ରିପୋର୍ଟରୁ ଜଣାପଡ଼ିଛି। ଦୁର୍ଘଟଣାଗ୍ରସ୍ତ ଟ୍ରେନ୍ର ୫ଟି ବଗି ଧାରଣାଚ୍ୟୁତ ହୋଇଛି।
ସମ୍ବାଦ ସରବରାହ ସଂସ୍ଥାନ ‘ଦି ଆସୋସିଏଟ୍ ପ୍ରେସ୍’କୁ ଡିସ୍ପାଚର୍ ଷ୍ଟାର୍ ଟାଇଲର୍ କହିଛନ୍ତି ଯେ, ଧାରଣାଚ୍ୟୁତି ହେତୁ ୩ଜଣ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି। ତାଙ୍କ ପାଖରେ ଅଧିକ କିଛି ସୂଚନା ନ ଥିବା କଥା ସେ କହିଛନ୍ତି। ଦୁର୍ଘଟଣାରେ ବହୁସଂଖ୍ୟ ଯାତ୍ରୀ ଆହତ ହୋଇଥିବା କଥା ଏକ ବିବୃତିରେ ଆମଟ୍ରାକ୍ କହିଛି।
Image Courtesy of Business Standardଆମ୍ଟ୍ରାକ୍ ମୁଖପାତ୍ର ଜେସନ୍ ଆବ୍ରାମ୍ସ୍ କହିଛନ୍ତି, ପ୍ରାୟ ୨୦୦ କିଲୋମିଟର୍ ଦୂର ଜପ୍ଲିନ୍ ସହର ନିକଟରେ ଅପରାହ୍ଣ ୪ଟା ବେଳେ ‘ଦି ଏମ୍ପାୟାର୍ ବିଲଡର୍ ଟ୍ରେନ୍’ଟି ଧାରଣାଚ୍ୟୁତ ହୋଇଛି। ଟ୍ରେନ୍ରେ ପ୍ରାୟ ୧୪୭ଜଣ ଯାତ୍ରୀ ଏବଂ ୧୩ଜଣ କର୍ମଚାରୀ ଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/09/amtrak_train.jpg)