ପୁନେ ରାଜପଥରେ ଭୟାବହ ଦୁର୍ଘଟଣା: ୩୦ ଗାଡି ଚୂରମାର

ପୁନେ: ପୁନେର ନାଭାଲେ ବ୍ରିଜ ଅଞ୍ଚଳରେ ରବିବାର ରାତି ପ୍ରାୟ ୧୦ରେ ଭୟାବହ ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣାରେ ପ୍ରାୟ ୩୦ ଗାଡି ଚୂରମାର ହୋଇଯାଇଛି। ତେବେ କେହି ମୃତାହତ ହୋଇଥିବା ବର୍ତ୍ତମାନ ସୂଦ୍ଧା ସୂଚନା ମିଳିନାହିଁ। ସେଠାକାର ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛି।

ସୂଚନା ଯୋଗ୍ୟ ଯେ, ବାଙ୍ଗାଲୁର – ମୁମ୍ବାଇ ଜାତୀୟ ରାଜପଥ ସବୁବେଳେ ବ୍ୟସ୍ତ ବହୁଳ ରହିଥାଏ। ଉକ୍ତ ରାଜପଥ ଗଡାଣିଆ ହୋଇଥିବାବେଳେ ଗାଡିଗୁଡିକ ଅତି ଦ୍ରୁତ ଗତିରେ ଯାତାୟାତ କରିଥାଏ। ତେଣୁ ସବୁବେଳେ ଏଠାରେ ଦୁର୍ଘଟଣା ଘଟିଥାଏ। ପୁନେର ନାଭାଲେ ବ୍ରିଜ ଅଞ୍ଚଳର ରାସ୍ତା ଅଧିକ ସ୍ଲୋପ ହୋଇଥିବାରୁ ଗାଡିର ଗତି ଦ୍ରୁତି ହୋଇପଡିବାରୁ ଆଜିର ଦୁର୍ଘଟଣା ଘଟିଥିବା ସ୍ଥାନୀୟ ଲୋକମାନେ କହିଛନ୍ତି। ଦୁର୍ଘଟଣା ପରେ ସ୍ଥାନୀୟ ଲୋକଙ୍କ ଭିଡ ପରିଲକ୍ଷିତ ହୋଇଛି। ପୁଲିସ ପହଞ୍ଚି ଭିଡକୁ ନିୟନ୍ତ୍ରଣ କରିଥିବା ବେଳେ ଗାଡିଗୁଡକୁ ରାସ୍ତାରୁ ହଟାଇବାରେ ଲାଗିଛି।

india today
ସମ୍ବନ୍ଧିତ ଖବର