ବ୍ୟାଙ୍ଗ୍କକ୍: ଆଜି ଥାଇଲାଣ୍ଡ୍ର ଉତ୍ତରପୂର୍ବ ପ୍ରଦେଶ ନଙ୍ଗ୍ ବୁଆ ଲାମ୍ଫୁରେ ଥିବା ଗୋଟାଏ ପିଲାଙ୍କ ‘ଡେ-କେୟାର୍ ସେଣ୍ଟର୍’ ବା ‘ନର୍ସରି’ରେ ଗୁଳିବର୍ଷଣ ହେବାରୁ ଅନ୍ୟୂନ ୩୪ଜଣ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଥିବା କଥା ଜଣେ ପୁଲିସ ମୁଖପାତ୍ର କହିଛନ୍ତି।
ମୃତବ୍ୟକ୍ତିମାନଙ୍କ ମଧ୍ୟରୁ ୨୩ଜଣ ପିଲା ବୋଲି ନଙ୍ଗ୍ ବୁଆ ଲମ୍ଫୁ ପ୍ରଦେଶର ଜଣେ ବରିଷ୍ଠ ପୁଲିସ ଅଧିକାରୀ କହିଥିବା କଥା ‘ଏଏଫ୍ପି’ ନିଉଜ୍ ଏଜେନ୍ସି ରିପୋର୍ଟ କରିଛି।
ଏ ସଂକ୍ରାନ୍ତରେ ଜାରି ବିବୃତିରେ ପୁଲିସ କହିଛି, ମୃତ ବ୍ୟକ୍ତିମାନଙ୍କ ମଧ୍ୟରେ ପିଲା ଓ ପ୍ରାପ୍ତ ବୟସ୍କ ଅଛନ୍ତି। ବନ୍ଧୁକଧାରୀଜଣକ ଆଗରୁ ପୁଲିସ ଅଧିକାରୀ ଥିଲେ ଏବଂ ତାଙ୍କୁ ଖୋଜି ବାହାର କରିବା ଲାଗି ତଲାସ ଚାଲିଛି। ନିକଟ ଅତୀତରେ ତାଙ୍କୁ ବରଖାସ୍ତ କରାଯାଇଥିଲା ବୋଲି ଥାଇଲାଣ୍ଡ୍ ଗଣମାଧ୍ୟମ ରିପୋର୍ଟ କରିଛନ୍ତି।
Image Courtesy of The Independentପୁଲିସ କହିଛି, ଆକ୍ରମଣକାରୀ ପିଲା ଓ ପ୍ରାପ୍ତ ବୟସ୍କଙ୍କୁ ଗୁଳି ମାରିବା ସହ ଛୁରି ଭୁସିଛନ୍ତି। ଆକ୍ରମଣ ଉଦ୍ଦେଶ୍ୟ ଜଣାପଡ଼ିନାହିଁ। ଶେଷ ଥର ପାଇଁ ସେ ବ୍ୟାଙ୍ଗ୍କକ୍ ରେଜିଷ୍ଟ୍ରେସନ୍ ପ୍ଲେଟ୍ ଥିବା ଗୋଟାଏ ଧଳା ‘ଫୋର୍-ଡୋର୍’ ତୋୟୋତା ପିକ୍-ଅପ୍ ଟ୍ରକ୍ ଚଳାଉଥିବା ଦେଖାଯାଇଥିଲା।
କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଅପରାଧୀଙ୍କୁ ଗିରଫ କରିବା ଲାଗି ସମସ୍ତ ଏଜେନ୍ସିଙ୍କୁ ପ୍ରଧାନମନ୍ତ୍ରୀ ସତର୍କ କରାଇ ଦେଇଥିବା କଥା ଜଣେ ସରକାରୀ ମୁଖପାତ୍ର କହିଛନ୍ତି।
ଏ ଅଞ୍ଚଳରେ ଥିବା ଦେଶଗୁଡ଼ିକ ତୁଳନାରେ ଥାଇଲାଣ୍ଡ୍ରେ ବନ୍ଧୁକ ମାଲିକାନା ହାର ଅଧିକ ରହିଛି। କିନ୍ତୁ, ଲୋକଙ୍କ ପାଖରେ ଥିବା ବେଆଇନ ଅସ୍ତ୍ରଶସ୍ତ୍ର ସବୁ ସରକାରୀ ରିପୋର୍ଟରେ ଅନ୍ତର୍ଭୁକ୍ତ କରାଯାଇନାହିଁ। ବେଆଇନ ଅସ୍ତ୍ରଶସ୍ତ୍ରଗୁଡ଼ିକୁ କିଛି ବର୍ଷ ତଳୁ ସହଜରେ ଯାତାୟାତ କରି ହେଉଥିବା ପଡ଼ୋଶୀ ଦେଶଗୁଡ଼ିକରୁ ଅଣାଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/10/thai.jpg)