ସାମୁଦ୍ରିକ ଝଡ଼ ହଗିବିସ୍‌ ଯୋଗୁଁ ଜାପାନ ଛାରଖାର, ମୃତ୍ୟୁ ସଂଖ୍ୟା ୩୩ ଛୁଇଁଲା, ୧୯ ନିଖୋଜ

ଟୋକିଓ : ଜାପାନ ଏବେ ବିଗତ କିଛି ଦଶନ୍ଧୀ ମଧ୍ୟରେ ସବୁଠୁ ଖରାପ ପ୍ରାକୃତିକ ବିପର୍ଯ୍ୟୟର ସମ୍ମୁଖୀନ ହୋଇଛି । ଶନିବାରଦିନ ଆସିଥିବା ଭୀଷଣ ସାମୁଦ୍ରିକ ଝଡ଼ ବା ସୁପର ଟାଇଫୁନ ହଗିବିସ ଜାପାନରେ ନାହିଁ ନଥିବା କ୍ଷୟକ୍ଷତି କରିଛି । ଏହି ଦୁର୍ବିପାକ ଯୋଗୁଁ ମୃତ୍ୟୁ ସଂଖ୍ୟା ସରକାରୀଭାବେ ୩୩ରେ ପହଞ୍ଚିଛି । ଆହୁରି ୧୯ ଜଣ ନିଖୋଜ ଥିବାରୁ ମୃତ୍ୟୁ ସଂଖ୍ୟା ବଢିବାର ଆଶଙ୍କା ରହିଛି । ଏହି ଝଡ଼ର ପ୍ରଭାବରେ ଟୋକିଓ ଉପକୂଳରେ ଲାଗିଥିବା ଏକ ଜାହାଜ ବୁଡିଯିବାରୁ ସେଥିରେ ଥିବା ୫ ଜଣ ବ୍ୟକ୍ତି ପ୍ରାଣ ହରାଇଛନ୍ତି ।

ହଗିବିସ ଶନିବାରଦିନ ଜାପାନର ପୂର୍ବରେ ଥିବା ଇଜୁ ଉପଦ୍ୱୀପଠାରେ ସ୍ଥଳଭାଗ ଛୁଇଥିଲା । ସ୍ଥଳଭାଗ ଛୁଇଁବା ପରେ ସମୁଦ୍ରରେ ଉଚ୍ଚ ଜୁଆର ଆସିଥିଲା ଓ ପବନର ବେଗ ଘଣ୍ଟା ପ୍ରତି ୧୫୦ କିଲୋମିଟରକୁ ଟପିଯାଇଥିଲା । ସମୁଦ୍ର ଜୁଆର ମାଡିଆସିବା ଯୋଗୁଁ ଜାପାନର କେତେକ ପ୍ରମୁଖ ସହର ନାଗାନୋ, ନିଗାଟା,ନିଆଗି,ଫୁକୁସୀମା, ଇବାରାକି,କାନାଗାଓ୍ଵା ଓ ସାଇଟାମାରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି ।

ସମ୍ବନ୍ଧିତ ଖବର