କାବୁଲ: ଆଫଗାନିସ୍ତାନର ରାଜଧାନୀ କାବୁଲର ଏକ ସାଂସ୍କୃତିକ କେନ୍ଦ୍ରରେ ଗୁରୁବାର ବିସ୍ଫୋରଣ ହେବାରୁ ଏଥିରେ ୪୦ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୩୦ଜଣ ଗୁରୁତର ଆହତ ହୋଇଛନ୍ତି। ବିସ୍ଫୋରଣ ପରେ ଆଫଗାନିସ୍ତାନର ଆଭ୍ୟନ୍ତରୀଣ ମନ୍ତ୍ରାଳୟ ପକ୍ଷରୁ ଗଣମାଧ୍ୟମକୁ ସୂଚନା ଦିଆଯାଇଛି।

Advertisment

ଆତଙ୍କବାଦୀମାନେ ତବୟାନ ସାଂସ୍କୃତିକ କେନ୍ଦ୍ରକୁ ଲକ୍ଷ୍ୟ କରି ଏହି ବିସ୍ଫୋରଣ କରିଥିଲେ। ଆଫଗାନିସ୍ତାନର ସୋଭିଏତ-ଇନଭାଇଜନର ୩୮ତମ ବାର୍ଷିକ ଉତ୍ସବ ଚାଲିଥିବା ବେଳେ, ବିସ୍ଫୋରଣ ଘଟିଥିଲା ବୋଲି ଆଭ୍ୟନ୍ତରୀଣ ମନ୍ତ୍ରାଳୟର ମୁଖପାତ୍ର ନସରତ୍‌ ରହିମି ଜାତୀୟ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ସ୍ଥାନୀୟ ଗଣମାଧ୍ୟମ ସଂସ୍ଥା ‘ଆଫଗାନ୍‌ ଭଏସ୍‌ ଏଜେନ୍‌ସି’ର କାର୍ଯ୍ୟାଳୟ ନିଟକରେ ଏହି ବିସ୍ଫୋରଣ ହୋଇଛି।