ମିଆଁମାର ରତ୍ନପଥର ଖଣିରେ ଭୂସ୍ଖଳନ ଯୋଗୁଁ ଅନ୍ୟୂନ ୫୦ ମୃତ

ନୂଆଦିଲ୍ଲୀ: ଗୁରୁବାର ଦିନ ଉତ୍ତର ମିଆଁମାର ଅନ୍ତର୍ଗତ ଏକ ‘ଜେଏଡ୍’ (ସବୁଜ ରଙ୍ଗର ରତ୍ନପଥର) ଖଣିରେ ଭୂସ୍ଖଳନ ହେବାରୁ ଅନ୍ୟୂନ ୫୦ ଜଣ ବ୍ୟକ୍ତି ଭଙ୍ଗାରୁଜା ଆବର୍ଜନା ସ୍ତୂପ ତଳେ ପୋତି ହୋଇ ମୃତ୍ୟୁବରଣ କରିଛନ୍ତି। ସେ ଦେଶର ଅଗ୍ନିଶମ ବିଭାଗ ଏବଂ ସୂଚନା ମନ୍ତ୍ରାଳୟର ଜଣେ ଅଧିକାରୀ କହିଛନ୍ତି।

ଖଣି ଶ୍ରମିକମାନେ କାଚିନ୍ ପ୍ରଦେଶର ‌‌‘ଜେଏଡ୍’ ସମୃଦ୍ଧ ହ୍ପାକାନ୍ତ ଅଞ୍ଚଳରେ ରତ୍ନ ପଥର ସଂଗ୍ରହ କରୁଥିବା ବେଳେ ପ୍ରବଳ ବର୍ଷା ଯୋଗୁଁ ଗୋଟାଏ କାଦୁଅ ସ୍ରୋତ ଆସି ସେମାନଙ୍କୁ ପୋତି ପକାଇଥିବା କଥା ଅଗ୍ନିଶମ ବିଭାଗ  ଏକ ଫେସ୍‌ବୁକ୍ ପୋଷ୍ଟ୍‌ରେ କହିଛି। ଏବେ ସୁଦ୍ଧା ୫୦ଟି ଶବ ଉଦ୍ଧାର କରାଯାଇଛି। ଉଦ୍ଧାର କାର୍ଯ୍ୟ ଜାରି ରହିଛି।

ଏଠାରେ ସୂଚାଇ ଦିଆଯାଇ ପାରେ ଯେ, ଠିକ୍ ଭାବେ ପରିଚାଳନା ହେଉ ନ ଥିବାରୁ ସେଠାକାର ଖଣିମାନଙ୍କରେ ମାରାତ୍ମକ ଭୂସ୍ଖଳନ ଏବଂ ଅନ୍ୟାନ୍ୟ ଦୁର୍ଘଟଣା ଘଟିବା ମାମୁଲି କଥାରେ ପରିଣତ ହୋଇଛି।

ସମ୍ବନ୍ଧିତ ଖବର