ହାଇଦ୍ରାବାଦର ଔଷଧ ଫ୍ୟାକ୍ଟ୍ରିରେ ନିଆଁ, ୭ ଆହତ

ହାଇଦ୍ରାବାଦ: ହାଇଦ୍ରାବାଦର ଔଷଧ ଉତ୍ପାଦନ କେନ୍ଦ୍ରରେ ନିଆଁ। ଶନିବାର ଦିନ ହାଇଦ୍ରାବାଦସ୍ଥିତ ଔଷଧ ଉତ୍ପାଦନ କେନ୍ଦ୍ରରେ ନିଆଁ ଲାଗି ବିସ୍ଫୋରଣ ହେବା ପରେ ପ୍ରାୟ ସାତରୁ ଆଠ ଜଣ ଆହତ ହୋଇଛନ୍ତି। ହାଇଦ୍ରାବାଦର ବୋଲାରାମର ଶିଳ୍ପାଞ୍ଚଳରେ ଥିବା ବିନ୍ଧ୍ୟ ଅର୍ଗାନିକ୍ସ ପ୍ରାଇଭେଟ ଲିମିଟେଡରେ ଏହି ଘଟଣା ଘଟିଛି ବୋଲି ସୂଚନା ମିଳିଛି। ଆହତମାନଙ୍କୁ ଡାକ୍ତରଖାନା ପଠାଯାଇଥିବା ବେଳେ ଉଦ୍ଧ‌ାର କାର୍ଯ୍ୟ ଜାରି ରହିିଥିବା କହିଛି ପୁଲିସ।

ପୁଲିସର ସୂୂଚନା ମୁତାବକ, ଔଷଧ ଫ୍ୟାକ୍ଟ୍ରୀରେ ରଖାଯାଇଥିବା ରସାୟନିକ ପଦାର୍ଥରେ ନିଆଁ ଲାଗି ବିସ୍ଫୋରଣ ଘଟିଥିଲା। କାମ ଚାଲିଥିବା ବେଳେ ହଠାତ ଏହି ବିସ୍ଫୋରଣ ଘଟିବାରୁ କିଛି ଲୋକ ବାହାରକୁ ଆସି ପାରି ନଥିଲେ। ଏ ନେଇ ସୂଚନା ମିଳିବା ପରେ ଅଗ୍ନିଶମ ବିଭ‌ଗର କର୍ମଚାରୀ ପହଞ୍ଚି ତୁରନ୍ତ ନିଆଁକୁ ଆୟତ୍ତ କରିବା ସହ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଛନ୍ତି। ଏହା ସହ ଏହି ବିସ୍ଫୋରଣର ଶିକାର ହୋଇ ଆହତ ହୋଇଥିବା ୭-୮ଜଣ କର୍ମଚାରୀଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନା ପଠାଯାଇଛି।

indiatoday

ଅନ୍ୟ ପକ୍ଷରେ ଏହି ଘଟଣା ସମୟର କିଛି ଫଟୋ ମଧ୍ୟ ଏବେ ଭାଇରାଲ ହେଉଛି, ଯେଉଁଥିରେ ଫ୍ୟାକ୍ଟ୍ରୀରୁ କଳା ଧୂଆଁ ବାହାରୁଥିବା ଦେଖାଯାଇଛି।

ସମ୍ବନ୍ଧିତ ଖବର