ଢାକା: ବାଂଲାଦେଶ ଅନ୍ତର୍ଗତ ଦକ୍ଷିଣ ଚିଟ୍ଟାଗଙ୍ଗ ସହରର ଗୋଟାଏ ବନ୍ଦର ନିକଟରେ ଗ୍ୟାସ୍ ଲାଇନ୍ ବିସ୍ଫୋରଣ ଘଟିବାରୁ ଅନ୍ୟୂନ ୭ ଜଣ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି ଓ ଅନ୍ୟ ୧୦ ଜଣ ଆହତ ହୋଇଥିବା କଥା ପୁଲିସ କହିଛି।
ଦୁର୍ଘଟଣା ସହରର ପଥରାଘାଟ ଅଞ୍ଚଳରେ ଘଟିଥିବା କଥା ପୁଲିସ ଡେପୁଟି କମିସନର ମେହେଦି ହସନ ରବିବାର ଦିନ କହିଛନ୍ତି।
ସେ କହିଛନ୍ତି: ଦୁର୍ଘଟଣାରେ ଅନ୍ୟୁନ ୧୭ଜଣ ଲୋକ ଆହତ ହୋଇଥିଲେ। ସେମାନଙ୍କ ମଧ୍ୟରୁ ୭ଜଣ ମୃତ ବୋଲି ଡାକ୍ତରଖାନାରେ ଘୋଷଣା କରାଯାଇଥିଲା। ଦୁର୍ଘଟଣାର ସରବ୍ୟ ହୋଇଥିବା ବ୍ୟକ୍ତିମାନଙ୍କ ମଧ୍ୟରେ କେତେକ ପଥଚାରୀ ଥାଇପାରନ୍ତି।
/sambad/media/post_attachments/wp-content/uploads/2019/11/bd-1-300x200.jpg)
ମେହେଦି ପୁଣି କହିଛନ୍ତି ଯେ ବିସ୍ଫୋରଣ ଯୋଗୁଁ ଗୋଟାଏ ୫ ତାଲା କୋଠାର କିଛି ଅଂଶ ଭାଙ୍ଗିପଡ଼ିଛି।
ସେ କହିଛନ୍ତି: ଗ୍ୟାସ୍ ଲାଇନ୍ରେ ଲିକ୍ ଥିବା କାରଣରୁ ବିସ୍ଫୋରଣ ଘଟିଛି ବୋଲି ସନ୍ଦେହ ହେଉଛି।
ଚିଟ୍ଟାଗଙ୍ଗ୍ ମେଡିକାଲ କଲେଜ ହସ୍ପିଟାଲ୍ କ୍ୟାମ୍ପ୍ର ସବ୍-ଇନ୍ସ୍ପେକ୍ଟର୍ ଆଲାହୁଦ୍ଦିନ ମିଆ କହିଛନ୍ତି ଡାକ୍ତରଖାନାକୁ ନିଆଯାଇଥିବା ଆହତ ବ୍ୟକ୍ତିମାନଙ୍କ ମଧ୍ୟରେ କେତେକଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ରହିଛି।
ବାଂଲାଦେଶରେ ଗ୍ୟାସ୍ ଲାଇନ୍ ବିସ୍ଫୋରଣ ଘଟିବା ମାମୁଲି କଥା। ରକ୍ଷଣାବେକ୍ଷଣ ହେଳା ଯୋଗୁଁ ଏ ଭଳି ଘଟୁଥିବା କୁହାଯାଉଛି।