ନିଆରା ବିବାହ, ୪ଟି ଭାଷାରେ ମନ୍ତ୍ର ପାଠ କରାଯିବା ସହ ସାଥ୍ ଫେରା ପାଇଁ ଲାଗିଲା ୪ଘଣ୍ଟା ସମୟ

ଭୋପାଳ: ନିଜର ବିବାହ ଦିନକୁ ଖାସ୍ ଏବଂ ଚର୍ଚ୍ଚିତ କରାଇବା ପାଇଁ ସମସ୍ତେ ଚେଷ୍ଟା କରିଥାନ୍ତି। କେହି କେହି ଅତି ସାଧାରଣ ଭାବରେ ବିବାହ କରିବାକୁ ପସନ୍ଦ କରିଥାନ୍ତି ତ କେହି କେହି ନିଜ ବିବାହରେ ପାଣି ଭଳି ଟଙ୍କା ଖର୍ଚ୍ଚ କରିଥାନ୍ତି। ପୂର୍ବରୁ ବିବାହକୁ ନେଇ ଅନେକ ଭିନ୍ନ ଭିନ୍ନ ଖବର ସାମ୍ନାକୁ ଆସି ସାରିଥିବା ବେଳେ ମଧ୍ୟପ୍ରଦେଶରେ ହୋଇଥିବା ବିବାହ ଏବେ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛି। ବର ମଧ୍ୟପ୍ରଦେଶର ଓ କନ୍ୟା ଜର୍ମାନୀର ହୋଇଥିବାରୁ ଦୁହିଁଙ୍କ ବିବାହରେ ୪ଟି ଭାଷାରେ ମନ୍ତ୍ରପାଠ କରାଯାଇଥିବା ଜଣା ପଡ଼ିଛି। ୪ଟି ଭାଷାରେ ମନ୍ତ୍ରପାଠ ସହ ସାତ୍ ଫେରା ପାଇଁ ୪ଘଣ୍ଟା ସମୟ ଲାଗିଥିବା ଖବର ସାମ୍ନାକୁ ଆସିବା ପରେ ଲୋକେ ଏହି ବିବାହକୁ ନେଇ ଚର୍ଚ୍ଚା କରିବା ଆରମ୍ଭ କରିଛନ୍ତି।

indiatimes.com

ମିଳିଥିବା ସୂଚନା ମୁତାବକ, ସଂସ୍କୃତ, ହିନ୍ଦି, ଇଂରାଜୀ ଏବଂ ଜର୍ମାନ ଭାଷାରେ ବିବାହର ମନ୍ତ୍ରପାଠ କରାଯାଇଥିଲା। ପଣ୍ଠିତ ପ୍ରଦ୍ୟୁମନ ଶର୍ମା ସଂସ୍କୃତ ଏବଂ ହିନ୍ଦି ଭାଷାରେ ମନ୍ତ୍ରପାଠ କରିବ‌ା ପରେ ଏହାକୁ ଜର୍ମାନ ଭାଷାକୁ ଅନୁବାଦ କରିଥିଲେ ପଶ୍ଚିମବଙ୍ଗରୁ ଆସିଥିବା ସିଡ୍ ମଲହୋତ୍ରା। ମନ୍ତ୍ରକୁ ଆମେରିକାରୁ ଆସିଥିବା ଆଶିଷ ଯାଦବ ଇଂରାଜୀକୁ ଅନୁବାଦ କରିଥିଲେ। ଏହି ବିବାହରେ ଜର୍ମାନୀ, ଆମେରିକା, ସୁଇଜରଲାଣ୍ଡ, ସ୍ପେନ୍, ଇଟାଲୀ ଏବଂ ଅଷ୍ଟ୍ରେଲିଆରୁ ଅତିଥିମାନେ ଆସି ଯୋଗ ଦେଇଥିବାରୁ ସମସ୍ତେ ଯେଉଁଭଳି ଭାବରେ ମନ୍ତ୍ର ବୁଝି ପାରିବେ, ସେ ନେଇ ୪ଟି ଭାଷାରେ ମନ୍ତ୍ରପାଠ କରାଯାଇଥିଲା।

ସମ୍ବନ୍ଧିତ ଖବର