ମୁମ୍ବାଇ : ଏନସିପିର ବିଦ୍ରୋହୀ ନେତା ଅଜିତ ପାଓ୍ଵାର କିଛି ଦିନ ପୂର୍ବରୁ ହିଁ ବିଜେପି ସହିତ ମେଣ୍ଟ ପାଇଁ ଶରଦ ପାଓ୍ଵାରଙ୍କ ଆଗରେ ଯୁକ୍ତି ବାଢିଆସୁଥିଲେ । କିନ୍ତୁ ତାଙ୍କର ଏହି ପ୍ରସ୍ତାବକୁ ଶରଦ ମାନିନଥିଲେ ।
ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ତଥ୍ୟ ଅନୁସାରେ ଗତ ୧୭ ତାରିଖରେ ବସିଥିବା ଏନସିପି କୋର କମିଟି ବୈଠକରେ ଅଜିତ ଖୋଲାଖୋଲି ବିଜେପି ସହ ମେଣ୍ଟ କରିବାକୁ ଯୁକ୍ତି ବାଢିଥିଲେ । ଏପରିକି ଦଳର ୩ ବରିଷ୍ଠ ନେତା ପୂର୍ବତନ କେନ୍ଦ୍ରମନ୍ତ୍ରୀ ପ୍ରଫୁଲ୍ଲ ପଟେଲ, ଏମପି ସୁନୀଲ ତଟକରେ ଓ ବିଧାୟକ ଧନଞ୍ଜୟ ମୁଣ୍ଡେ ବିଜେପି ସପକ୍ଷରେ ମତ ଦେଇଥିଲେ । କିନ୍ତୁ ଶରଦ ପାଓ୍ଵାର ଏହାକୁ ଖାରଜ କରି ଶିବସେନାକୁ ସମର୍ଥନ କରିବାକୁ ତା ପରଦିନ ଘୋଷଣା କରିଥିଲେ । ଶରଦଙ୍କ ଏହି ନିଷ୍ପତ୍ତିପରେ ହିଁ ଅଜିତ ପାଓ୍ଵାର ବିଦ୍ରୋହ କରିଥିଲେ ବୋଲି ଆଲୋଚନା ହେଉଛି । ଗତ ଶନିବାର ଦିନ ଅଜିତ କେତେକ ବିଦ୍ରୋହୀ ବିଧାୟକଙ୍କ ସହ ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀଭାବେ ଶପଥ ନେଇଥିଲେ ।

Advertisment