ଜନସଂଖ୍ୟା ନିୟନ୍ତ୍ରଣ କାର୍ଯ୍ୟକ୍ରମରେ ବିଜେପି ବିଧାୟକ କହିଲେ ହିନ୍ଦୁମାନେ ଅଧିକ ସନ୍ତାନ ଜନ୍ମ କରିବା ଉଚିତ

ନୂଆଦିଲ୍ଲୀ: ଶୁକ୍ରବାର ଦିନ ଉତ୍ତର ପ୍ରଦେଶର ବିଜେପି ବିଧାୟକ ବିକ୍ରମ ସାଇନି କହିଛନ୍ତି ଯେ ଜନସଂଖ୍ୟା ନିୟନ୍ତ୍ରଣ ଆଇନ ପାସ୍‌ ନ ହେବା ଯାଏ ହିନ୍ଦୁମାନେ ସନ୍ତାନ ଜନ୍ମ କରାଇବା ବନ୍ଦ କରିବା ଉଚିତ ନୁହେଁ। ସେ କହିଛନ୍ତି: ହିନ୍ଦୁ ଭାଇମାନେ, ଜନସଂଖ୍ୟା ନିୟନ୍ତ୍ରଣ ନିମନ୍ତେ ଆଇନ ପ୍ରଣୟନ ନ ହେବା ଯାଏଁ, ଆପଣ ଅଟକି ଯାଆନ୍ତୁ ନାହିଁ। ଆପଣ ଛୁଆ ଜନ୍ମ କରାଇ ଚାଲିବା ଉଚିତ। ଜନସଂଖ୍ୟା ନିୟନ୍ତ୍ରଣ ଅଭିଯାନ କାର୍ଯ୍ୟକ୍ରମରେ ଉଦ୍‌ବୋଧନ ଦେବା ବେଳେ ଏଭଳି ମନ୍ତବ୍ୟ ଦେଇଛନ୍ତି ମୁଜାଫର୍‌ ନଗର ଅନ୍ତର୍ଗତ ଖତୌଲି ନିର୍ବାଚନ ମଣ୍ଡଳିର ପ୍ରତିନିଧିତ୍ୱ କରୁଥିବା ସାଇନି।
ସେ ଆହୁରି ମଧ୍ୟ କହିଛନ୍ତି ଯେ ହିନ୍ଦୁମାନେ ଦୁଇ ସନ୍ତାନ ନୀତି ଗ୍ରହଣ କରିଛନ୍ତି, କିନ୍ତୁ ଅନ୍ୟମାନେ ଗ୍ରହଣ କରି ନାହାନ୍ତି। ଆଇନ ସମସ୍ତଙ୍କ ପାଇଁ ସମାନ ହେବା ଉଚିତ। ଏ ଦେଶ ସମସ୍ତଙ୍କ ପାଇଁ।

ସେ ପୁଣି କହିଲେ, ଆମର ଦୁଇଟି ପିଲା ହେବା ପରେ ମୋ ପତ୍ନୀ କହିଲେ ତୃତୀୟ ପିଲାର ଆବଶ୍ୟକତା ନାହିଁ। କିନ୍ତୁ ମୁଁ କହିଲି ଆମର ଚାରି ପାଞ୍ଚଟି ପିଲା ହେବା କଥା।

ଏ ଭଳି ବିବାଦୀୟ ମନ୍ତବ୍ୟ ଦେବାରେ ଖତୌଲି ବିଧାୟକଙ୍କ ନିମନ୍ତେ ପ୍ରଥମ କଥା ନୁହେଁ। ଜାନୁଆରିରେ ସେ ଦାବି କରିଥିଲେ, ଭାରତକୁ ହିନ୍ଦୁସ୍ତାନ କୁହାଯାଉଥିବାରୁ ଏହା ହିନ୍ଦୁମାନଙ୍କର ଦେଶ। ପରେ ଅବଶ୍ୟ ସେ ତାଙ୍କ ବକ୍ତବ୍ୟକୁ ସ୍ପଷ୍ଟ କରି କହିଥିଲେ ଯେ ସେ ଏକ କଥା ପାକିସ୍ତାନ ବିରୋଧରେ କହିଥିଲେ, ମୁସଲମାନଙ୍କ ବିରୋଧରେ ନୁହେଁ।

ଏ ଭଳି ଅନେକ ବିଦାଦୀୟ ମନ୍ତବ୍ୟ ପୂର୍ବରୁ ମଧ୍ୟ ସେ ଦେଇ ଥିଲେ।

ସମ୍ବନ୍ଧିତ ଖବର