‘ଆଜିର କଂଗ୍ରେସ ଆଉ କଂଗ୍ରେସ ହୋଇ ରହିନାହିଁ; ସେଥିପାଇଁ ଦଳ ଛାଡ଼ିଲି’: ଜ୍ୟୋତିରାଦିତ୍ୟ ସିନ୍ଧିଆ

ନୂଆଦିଲ୍ଲୀ: ଶେଷରେ ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି। କଂଗ୍ରେସର ଅନ୍ୟତମ ବରିଷ୍ଠ ନେତା ଜ୍ୟୋତିରାଦିତ୍ୟ ସିନ୍ଧିଆ କଂଗ୍ରେସର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେବାର ଦିନକ ପରେ ଆଜି ଆନୁଷ୍ଠାନିକ ଭାବେ ବିଜେପିରେ ଯୋଗ ଦେଇଛନ୍ତି। ଏହି ଉପଲକ୍ଷେ ବିଜେପି ମୁଖ୍ୟାଳୟରେ ଆୟୋଜିତ ଏକ ସ୍ୱତନ୍ତ୍ର ଉତ୍ସବରେ ଯୋଗଦେବା ଅବସରରେ ଜ୍ୟୋତିରାଦିତ୍ୟ ସିନ୍ଧିଆ କହିଛନ୍ତି ଯେ ଆଜିର କଂଗ୍ରେସ ଦଳ ନିଜର ନୀତି ଓ ଆଦର୍ଶରୁ ସଂପୂର୍ଣ୍ଣ ରୂପେ ବିଚ୍ୟୁତ ହୋଇପଡ଼ିଛି। ରାଜନୀତିର ଏକମାତ୍ର ଓ ମୂଳ ଉଦ୍ଦେଶ୍ୟ ହେଉଛି ଲୋକସେବା। ଆଉ ଲୋକସେବା କରିବାର ମାଧ୍ୟମ ହେଉଛି ରାଜନୀତି। କିନ୍ତୁ, ବିଡ଼ମ୍ବନା କଂଗ୍ରେସ ଆଜି ଲୋକସେବା ଠାରୁ ଦୂରେଇ ଯାଇ କେବଳ ମାତ୍ର ଏକ କ୍ଷମତା କୈନ୍ଦ୍ରିକ ଦଳ ହୋଇ ରହି ଯାଇଛି।

୧୮ ମାସ ତଳେ କଂଗ୍ରେସ ଯେତେବେଳେ ମଧ୍ୟପ୍ରଦେଶର ଶାସନ କ୍ଷମତା ଅକ୍ତିଆର କଲା, ସେତେବେଳେ ନିଜର ନିର୍ବାଚନୀ ଇସ୍ତାହାରରେ ଦଳ କୃଷକମାନଙ୍କ ନିମନ୍ତେ ବିଭିନ୍ନ କଲ୍ୟାଣକାରୀ ଯୋଜନା ଓ ଶିକ୍ଷିତ ବେକାରମାନଙ୍କ ପାଇଁ ଏକାଧିକ ନିଯୁକ୍ତି ସୁଯୋଗ ସୃଷ୍ଟି କରିବାର ପ୍ରତିଶ୍ରୁତି ଦେଇ ଶାସନ କ୍ଷମତାକୁ ଆସିଥିଲା। କିନ୍ତୁ, କ୍ଷମତାକୁ ଆସିବା ପରେ ଦଳ ନିଜର ସବୁ ପ୍ରତିଶ୍ରୁତିକୁ ଭୁଲିଯାଇ କେବଳ ମାତ୍ର ଅର୍ଥ ଆଦାୟ ପାଇଁ ଦୁର୍ନୀତିରେ ବୁଡ଼ି ରହିଲା। ଏ ପ୍ରକାର ପରିସ୍ଥିତିରେ କଂଗ୍ରେସ ମଧ୍ୟରେ ରହି ଜନସେବା କରିବା ମୋ ପାଇଁ କାଠିକର ଓ ଦୁର୍ବିସହ ହୋଇପଡ଼ିଲା। ସେଥିପାଇଁ ମୁଁ କଂଗ୍ରେସ ଦଳ ପରିତ୍ୟାଗ କରିବା ପାଇଁ ନିଷ୍ପତ୍ତି ନେଲି ବୋଲି କହିଛନ୍ତି ଜ୍ୟୋତିରାଦିତ୍ୟ।

NDTV

ସେ କହିଛନ୍ତି ଯେ ମୋ ଜୀବନରେ ଦୁଇଟି ତାରିଖ ହେଉଛି ବଡ଼ ଗୁରୁତ୍ୱପୂର୍ଣ୍ଣ। ଗୋଟିଏ ହେଲା ୩୦ ସେପ୍ଟେମ୍ବର ୨୦୦୧, ମୋ ପତା ମାଧବ ରାଓ ସିନ୍ଧିଆଙ୍କ ଦେହାନ୍ତ ଓ ଅନ୍ୟଟି ହେଲା ୧୦ ମାର୍ଚ୍ଚ ୨୦୨୦, ମୋ ପିତାଙ୍କ ୭୫ତମ ଜନ୍ମ ବାର୍ଷିିକୀ। ସେଥିପାଇଁ ମୋ ପିତାଙ୍କ ମୋ ପିତାଙ୍କ ୭୫ତମ ଜନ୍ମ ବାର୍ଷିିକୀ ପାଳନ ଅବସରରେ କଂଗ୍ରେସ ପରିତ୍ୟୃାଗ କରି ବିଜେପିରେ ଯୋଗ େ;ଦବାକୁ ନିଷ୍ପତ୍ତି ନେଲି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ହେଉଛନ୍ତି ଦେଶର ସବୁଠାରୁ ଯୋଗ୍ୟତମ ପ୍ରଧାନମନ୍ତ୍ରୀ। ତାଙ୍କ ହାତରେ ଉଭୟ ଦଳ ଓ ଦେଶର ଯୁବପିଢ଼ିଙ୍କ ଭବିଷ୍ୟତ ସଂପୂର୍ଣ୍ଣ ସୁରକ୍ଷିତ। ତେଣୁ ତାଙ୍କ ଅଧୀନରେ କାର୍ଯ୍ୟକରି ଲୋକସେବା କରିବାର ସୁଯୋଗ ପାଇଲେ ମୁଁ ନିଜକୁ ଗର୍ବିତ ମନେ କରିବି ସେଇପାଇଁ ମୁଁ ବିଜେପିରେ ଯୋଗଦେଲି ବୋଲି କହିଛନ୍ତି ଜ୍ୟୋତିରାଦିତ୍ୟ।

ଏହିି ଅବସରରେ ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ରାଜମାତା ଗୋଓ୍ଵାଲିୟରର ରାଜମାତାଙ୍କୁ ସ୍ମରଣ କରି କହିଲେ ଯେ ସେ ଥିଲେ ବିଜେପିର ଅନ୍ୟତମ ମାର୍ଗଦର୍ଶିକା। ତେଣୁ, ବିଜେପି ଜ୍ୟୋତିରାଦିତ୍ୟଙ୍କ ପାଇଁ ନୂଆ ଦଳ ନୁହେଁ ବରଂ ତାଙ୍କର ନିଜର ଘର। ଏପରିସ୍ଥିତିରେ ଦଳର ମୁଖ୍ୟଧାରାରେ ରହି ଜ୍ୟୋତିରାଦିତ୍ୟ ଲୋକସେବା କରିବାର ସୁଯୋଗ ପାଇବେ ବୋଲି ଶ୍ରୀ ନଡ୍ଡା କହିଥିଲେ।

ସମ୍ବନ୍ଧିତ ଖବର