ସୋଚି ଠାରେ ମୋଦି ପୁଟିନ୍‌ଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା କରି ପାରନ୍ତି

ନୂଆଦିଲ୍ଲୀ: ଦ୍ୱିତୀୟ ଅଣଆନୁଷ୍ଠାନିକ ଶିଖର ବୈଠକରେ ସୋମବାର ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରୁଷୀୟ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍‌ଙ୍କ ସହ ସୋଚି ଅନ୍ତର୍ଗତ ସମୁଦ୍ରପାର୍ଶ୍ୱ ରିସର୍ଟରେ ସମୟ ଅତିବାହିତ କରିବେ। ଦିବସବ୍ୟାପୀ କାର୍ଯ୍ୟକ୍ରମରେ ଉଭୟ ନେତା ମୁଖ୍ୟତଃ ଜଣେ ଦୁଇ ଜଣ ସହଯୋଗୀଙ୍କ ବ୍ୟତୀତ ଆପଣା ଛାଏଁ ପରସ୍ପର ସହ କଥାବାର୍ତ୍ତା କରିବେ। ସେହି ରାତିରେ ହିଁ ମୋଦି ଭାରତ ପ୍ରତ୍ୟାବର୍ତ୍ତନ କରିବେ।

ପ୍ରୋଟକଲ୍‌, ଆନୁଷ୍ଠାନିକ ଆଜେଣ୍ଡା ଏବଂ ଦଲିଲ ଫଳାଫଳରୁ ମୁକ୍ତ ରହି ପ୍ରତ୍ୟକ୍ଷ ଭାବେ ସର୍ବୋଚ୍ଚ ସ୍ତରରେ ଅଣଆନୁଷ୍ଠାନିକ ଆଲୋଚନାରେ ସଂଶ୍ଳିଷ୍ଟ ହୋଇ ମୋଦି ନୂତନ ପ୍ରକାରଣ ବ୍ୟକ୍ତିଗତ କୂଟନୀତି ଆରମ୍ଭ କରୁଛନ୍ତି। ଯଦି ବା କୌଣସି ଚୁକ୍ତି ସ୍ୱାକ୍ଷର କରିବାକୁ ଥାଏ ତାହା ସେ କରୁଛନ୍ତି। ପୂର୍ବରୁ ଅଧିକାରୀମାନେ କହିଛନ୍ତି କି, ଦୁଇ ନେତାଙ୍କ ମଧ୍ୟରେ କୌଣସି ଦ୍ୱିପାକ୍ଷିକ ଆଲୋଚନା ହେବ ନାହିଁ। କିନ୍ତୁ ଏଥିରେ ଦ୍ୱିପାକ୍ଷିକ ପ୍ରସଙ୍ଗ ଉଠିବ ବୋଲି ଜଣାପଡୁଛି।

ବୁଧବାର ଦିନ ମୋଦି ଜାପାନର ପ୍ରଧାନମନ୍ତ୍ରୀ ଶିଞ୍ଜୋ ଆବେଙ୍କ ସହ ଦୀର୍ଘ ସମୟ ଆଲୋଚନା କରିବା ସହ ଉହାନ୍‌ ଶିଖର ବୈଠକ ସଂକ୍ରାନ୍ତରେ ଚୁମ୍ବକେ ତାଙ୍କୁ ସବୁ କଥା କହିଥିଲେ। ଦୁଇ କୋରୀୟ ଉପଦ୍ୱୀପର ପରିସ୍ଥିତି ଏବଂ ଟ୍ରମ୍ପ୍‌ ଓ କିମ୍‌ଙ୍କ ମଧ୍ୟରେ ଶିଖର ବୈଠକ ସଂକ୍ରାନ୍ତରେ ମଧ୍ୟ ଉଭୟ ଆଲୋଚନା କରିଥିଲେ।

ରୁଷ୍‌ର ପାକିସ୍ତାନ ସହ ନବ-ପ୍ରତିଷ୍ଠିତ ସମ୍ପର୍କ ଏବଂ ତାଲିବାନ୍‌ ଓ ଆଫଗାନିସ୍ତାନ ସହ ଅସ୍ଥିର ସମ୍ପର୍କ କଥା ସହ ଅନେକ ପ୍ରସଙ୍ଗରେ ମୋଦି ଓ ପୁଟିନ୍‌ ଶିଖର ବୈଠକରେ ଆଲୋଚନା କରିପାରନ୍ତି। ପୂର୍ବରୁ ଭାରତ-ରୁଷ୍‌ ସମ୍ପର୍କ ମଧ୍ୟରେ ମୁଖ୍ୟ ପ୍ରସଙ୍ଗ ଥିଲା ପ୍ରତିରକ୍ଷା, କିନ୍ତୁ ଏବେ ଶକ୍ତିକ୍ଷେତ୍ର ମୁଖ୍ୟ ପ୍ରସଙ୍ଗ ହୋଇପାରେ।

ସମ୍ବନ୍ଧିତ ଖବର