କାନପୁର: ମୋତିଆବିନ୍ଦୁ ଅପରେସନ ପରେ ଦୃଷ୍ଟିଶକ୍ତି ହରାଇଲେ ୬ଜଣ ବ୍ୟକ୍ତି। ବୁଢ଼ା ବୟସରେ ଆଖିକୁ ଭଲ ଦିଶିବ ବୋଲି ଆଶା ରଖି ମୋତିଆବିନ୍ଦୁ ଅପରେସନ କରିଥିଲେ ଲୋକେ। ହେଲେ ଅପରେସନ ପରେ ସେମାନେ ସମ୍ପୂର୍ଣ୍ଣ ଦୃଷ୍ଟିଶକ୍ତି ହରାଇ ବସିବେ ଜାଣିନଥିଲେ। ସ୍ୱାସ୍ଥ୍ୟ ବିଭାଗର ଅବହେଳା ହେତୁ କାନପୁରରେ ଏଭଳି ଘଟଣା ଘଟିଥିବା ସାମ୍ନାକୁ ଆସିଛି। କାନପୁରର ଏକ ନର୍ସିଂହୋମର ଚକ୍ଷୁ ଶିବିରରେ, ମୋତିଆବିନ୍ଦୁ ଅସ୍ତ୍ରୋପଚାର କରିଥିବା ୬ଜଣ ରୋଗୀ ଦୃଷ୍ଟି ଶକ୍ତି ହରାଇଥିବା ଜଣାପଡ଼ିଛି। ଏହି ଅଭିଯୋଗ ନେଇ ଅନେକ ଥର ଡାକ୍ତରଖାନା ଯିବା ପରେ ରୋଗୀମାନେ ଏବେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ(ସିଏମଓ)ରେ ଅଭିଯୋଗ କରିଛନ୍ତି। କାରଣ ଏହି ଶିବିର ସିଏମଓର ଅନୁମତି ପରେ ଡିବିସିଏସ ଯୋଜନା ଅଧୀନରେ ଆୟୋଜିତ ହୋଇଥିଲା। ଅଭିଯୋଗ ପାଇ ତୁରନ୍ତ ତଦନ୍ତ ପାଇଁ ସିଏମଓ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି।
aajtakସୂଚନାନୁସାରେ, ଶିବରାଜପୁରର ୬ଜଣ ବାସିନ୍ଦା ନଭେମ୍ବର ୨ରେ କାନପୁରରେ ଥିବା ଆରାଧ୍ୟା ନର୍ସିଂହୋମରେ ଆୟୋଜିତ ଏକ ମାଗଣା ଚକ୍ଷୁ ଶିବିରରେ ମୋତିଆବିନ୍ଦୁ ଅସ୍ତ୍ରୋପଚାର କରିଥିଲେ। ତାଙ୍କର ଅପରେସନ୍ ଡାକ୍ତର ନୀରଜ ଗୁପ୍ତା କରିଥିଲେ। ଅପରେସନ୍ ପରେ ଡାକ୍ତରଖାନାର ଲୋକମାନେ ସେହି ଦିନ ସମସ୍ତଙ୍କୁ ଗାଁରେ ଛାଡିଥିଲେ। ଘରକୁ ଆସିବା ପରେ ପୀଡ଼ିତଙ୍କ ଆଖିରେ ଯନ୍ତ୍ରଣା ହେବା ସହ ଆଖିରୁ ପାଣି ବାହାରିଥିଲା। ପରଦିନ ସମ୍ପୁର୍ଣ୍ଣ ଦୃଷ୍ଟିଶକ୍ତି ହରାଇ ବସିଥିଲେ ୬ଜଣ ପୀଡ଼ିତ। ଏନେଇ ଡାକ୍ତରଖାନା ଯାଇ ଅଭିଯୋଗ କରିବା ପରେ ଔଷଧ ଦେଇ ଫେରାଇ ଦେଇଥିଲେ ଡାକ୍ତର। ଔଷଧ ଖାଇ ବି ସମସ୍ୟାର ସମାଧାନ ନହେବାରୁ ଏବେ ପୀଡ଼ିତ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ଦ୍ବାରସ୍ତ ହୋଇଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/11/ସ-186.jpg)