ନୂଆଦିଲ୍ଲୀ: ନିର୍ବାଚନ କମିସନ ଆଜି ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କ ଗୋଷ୍ଠୀକୁ ‌ଶିବସେନା ନାମ ଏବଂ ଧନୁ-ତୀର ଚିହ୍ନ ବ୍ୟବହାର ପାଇଁ ଅନୁମତି ଦେବାପରେ ରାଜ୍ୟ ରାଜନୀତି ସରଗରମ ହୋଇଉଠିଛି। ଇସିଙ୍କର ଏହି ନିଷ୍ପତ୍ତିକୁ ପୂର୍ବତନ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍‌ରେ କଡ଼ା ବିରୋଧ କରିଛନ୍ତି। ଏହି ନିଷ୍ପତ୍ତି ବିରୋଧରେ ଆମେ ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ‌ହେବୁ ବୋଲି ସେ କହିଛନ୍ତି। ଠାକରେ କହିଛନ୍ତି, ସେମାନେ ଜାଣିଲେ ଯେ ମହାରାଷ୍ଟ୍ରରେ ମୋଦୀଙ୍କ ନାମ କାମ କରିବନାହିଁ। ତେଣୁ ସେମାନେ ନିଜ ଉପକାର ପାଇଁ ବାଲାସାହେବଙ୍କ ମାସ୍କ ପିନ୍ଧିବାକୁ ଚାହିଲେ।

Advertisment

ଆମେ ଏହି ଅପମାନର ଜବାବ ଦେବୁ। ସିନ୍ଦେ ଗୋଷ୍ଠୀଙ୍କୁ ଏବେ ଉପଭୋଗ କରିବାକୁ ଦିଅ। ଶିବ ସୈନିକମାନେ ପାଲଟା ଲଢ଼ିବେ। ଆଜିର ସ୍ଥିତିକୁ ରାମାୟଣ ସହ ତୁଳନା କରି ଠାକ୍‌ରେ କହିଛନ୍ତି, ଉଭୟ ରାମ ଏବଂ ରାବଣ ଧନୁ-ତୀର ଧରିଥିଲେ। ଠାକରେ କହିଛନ୍ତି, ଧନ-ତୀର ସବୁବେଳେ ମୋ ସହ ରହିବ। ଅନ୍ୟପକ୍ଷେ ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ଇସିଙ୍କ ନିଷ୍ପତ୍ତିକୁ ସତ୍ୟର ଜୟ ବୋଲି କହିଛନ୍ତି। ଠାକ୍‌ରେ ଗୋଷ୍ଠୀ ନେତା ସଂଜୟ ରାଉତ କହିଛନ୍ତି, ଏହା ‌ହେଉଛି ଗଣତନ୍ତ୍ରର ହତ୍ୟା।