ନୂଆଦିଲ୍ଲୀ: ୭୦,୫୦୦ କୋଟି କୋଟିରୁ ଅଧିକ ଟଙ୍କାର ପ୍ରତିରକ୍ଷା ପ୍ରସ୍ତାବକୁ ଗୁରୁବାର ଅନୁମୋଦନ ମିଳିଛି। ଏଥିରେ ଆତ୍ମନିର୍ଭର ଭାରତ ଯୋଜନା ଅଧିନରେ ସଶସ୍ତ୍ର ବାହିନୀ ପାଇଁ ବିଭିନ୍ନ ଅସ୍ତ୍ରଶସ୍ତ୍ର କିଣାଯିବ। ପାଖାପାଖି ବିଗତ ୩ ବର୍ଷ ଧରି ଚାଲିଥିବା ଏହି ନୂତନ ଅସ୍ତ୍ରଶସ୍ତ୍ର କ୍ରୟ ପ୍ରସ୍ତାବକୁ ମଞ୍ଜୁରି ମିଳିଛି।
ପୂର୍ବ ଲଦାଖରେ ପ୍ରକୃତ ନିୟନ୍ତ୍ରଣ ରେଖା ନିକଟରେ ଚୀନ୍ ସହ ଉତ୍ତେଜନା ସୃଷ୍ଟି ହୋଇଥିବା ବେଳେ ଏହି ଅନୁମୋଦନ ସମ୍ପର୍କରେ ବିସ୍ତୃତ ସୂଚନା ଦେଇ ଅଧିକାରୀମାନେ କହିଛନ୍ତି ଯେ ପ୍ରତିରକ୍ଷା ପରିଷଦ (ଡିଏସି) ପ୍ରତିରକ୍ଷା ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇ ଆବଶ୍ୟକତାକୁ ଦୃଷ୍ଟିରେ ରଖି ଏହି ନିଷ୍ପତ୍ତି ଗ୍ରହଣ କରିଛି।
ଏଥିରେ ୩୦୭ଟି ଅତ୍ୟାଧୁନିକ ତୋଡ଼ ଆର୍ଟିଲାରି ଗନ୍ ସିଷ୍ଟମ୍ (ଏଟିଏଜିଏସ୍), ସ୍ୱଦେଶୀ ୧୫୫ ମିଲିମିଟର/୫୨ କ୍ୟାଲିବର ଏଟିଏଜିଏସକୁ ଡିଆରଡିଓ ଭାରତ ବିକଶିତ କରିଛି। ଏଥିସହ ଆହୁରି ୨୦୦ ବ୍ରହ୍ମୋସ୍ ସୁପରସୋନିକ୍ କ୍ରୁଜ୍ ପାଇଁ କ୍ରୟ ପ୍ରସ୍ତାବକୁ ଡିଏସି ଅନୁମୋଦନ କରିଛି। ନୌସେନାର ଆଗଧାଡ଼ିର ଯୁଦ୍ଧ ଜାହାଜ ପାଇଁ ଏହି କ୍ଷେପଣାସ୍ତ୍ର ୪ଟି ପ୍ରୋଜେକ୍ଟ-୧୫ ବି ଡିଷ୍ଟ୍ରୋୟର ପାଇଁ ମଧ୍ୟ କ୍ରୟ କରାଯିବ।
ସେହିପରି ଭାରତୀୟ ବାୟୁସେନାରେ ଏସୟୁ-୩୦ ଏମକେଆଇ ବିମାନ ସାମିଲ କରାଯିବା ପାଇଁ ମଧ୍ୟ ଯୋଜନା ରହିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/03/brahmos.jpg)