ପୋଷ୍ଟରରେ ଅଟଳବିହାରୀ-ଆଡଭାଣୀ ନାହାନ୍ତି, ଦକ୍ଷିଣରେ ସାଫ୍-ଉତ୍ତରରେ ହାଫ୍ ‌ହେବ ବିଜେପି, କହିଲେ ରାଜୀବ ଶୁକ୍ଲା

ନୂଆଦିଲ୍ଲୀ: ଦେଶରେ ଲୋକସଭା ନିର୍ବାଚନ ଚାଲିଛି। ଦୁଇଟି ପର୍ଯ୍ୟାୟ ଭୋଟ୍ ସମାପ୍ତ ହୋଇଛି। ବର୍ତ୍ତମାନ ତୃତୀୟ ପର୍ଯ୍ୟାୟ ମତଦାନ ଉପରେ ରାଜନୈତିକ ଦଳର ଧ୍ୟାନ କେନ୍ଦ୍ରିତ ହୋଇଛି। ଏହି ସମୟରେ କଂଗ୍ରେସର ବରିଷ୍ଠ ନେତା ତଥା ରାଜ୍ୟସଭା ସାଂସଦ ରାଜୀବ ଶୁକ୍ଲା ଏକ ସାମ୍ବାଦିକ ସମ୍ମିଳନୀରେ ଭାରତୀୟ ଜନତା ପାର୍ଟିକୁ ଟାର୍ଗେଟ କରିଛନ୍ତି।

ରାଜୀବ ଶୁକ୍ଲା କହିଛନ୍ତି ଏହା କ୍ଷମତା ପରିବର୍ତ୍ତନ ପାଇଁ ଏକ ନିର୍ବାଚନ। ଭୋଟିଂର ଦୁଇଟି ପର୍ଯ୍ୟାୟରେ ଗ୍ରାଣ୍ଡ ଆଲିଆନ୍ସ ଆଗରେ ଅଛି । ବର୍ତ୍ତମାନ ବିଜେପି ୪୦୦ ଅତିକ୍ରମ କରିବା କଥା ବିଷୟରେ କିଛି କହୁନି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଗ୍ୟାରେଣ୍ଟି ବିଷୟରେ ମଧ୍ୟ ଆଲୋଚନା ଶେଷ ହୋଇଛି। ବର୍ତ୍ତମାନ ସେମାନେ ହିନ୍ଦୁ, ମୁସଲମାନ ଏବଂ ମଙ୍ଗଳସୁତ୍ରକୁ ପ୍ରସଙ୍ଗକୁ ଆସିଛନ୍ତି।

କଂଗ୍ରେସ ଏପର୍ଯ୍ୟନ୍ତ ଉତ୍ତରପ୍ରଦେଶର ଆମେଠି ଏବଂ ରାୟବରେଲି ଆସନରେ ପ୍ରାର୍ଥୀ ଦେଇନାହିଁ। ଏ ସମ୍ପର୍କରେ ରାଜୀବ ଶୁକ୍ଲା କହିଛନ୍ତି କଂଗ୍ରେସ କେନ୍ଦ୍ରୀୟ ନିର୍ବାଚନ କମିଟି ଉପଯୁକ୍ତ ସମୟରେ ଉପଯୁକ୍ତ ନିଷ୍ପତ୍ତି ନେବ। ସେ କହିଛନ୍ତି ଅଟଳ ବିହାରୀବାଜପେୟୀଙ୍କ ବିଜେପି ଅଲଗା ଥିଲା। ବର୍ତ୍ତମାନ ଅଟଳ ଏବଂ ଲାଲ୍ କୃଷ୍ଣ ଆଡଭାନୀଙ୍କ ଫଟୋ ଦୃଶ୍ୟମାନ ହେଉନାହିଁ । ୨୦୧୪ ପୂର୍ବରୁ ବିଜେପି କିଛି ନଥିଲା। ଉଚ୍ଚ ଅଧିକାରୀ ତଥା ପୂର୍ବତନ କଂଗ୍ରେସ କର୍ମୀଙ୍କୁ ବିଜେପି ଟିକେଟ ଦେଇଛି।

ସେ କହିଛନ୍ତି ବିଜେପି ଭୋଟରଙ୍କୁ ଆକର୍ଷିତ କରି ପାରୁନାହିଁ। ସେମାନଙ୍କ ମଧ୍ୟରେ କୌଣସି ଉତ୍ସାହ ନାହିଁ । ବିଜେପିକୁ ବାହାର ଲୋକ ନିୟନ୍ତ୍ରଣ କରୁଛନ୍ତି। ବିଜେପିରେ କଂଗ୍ରେସ କର୍ମୀ ପରିପୂର୍ଣ୍ଣ। ଲୋକମାନେ ବେକାରୀ ଏବଂ ମୁଦ୍ରାସ୍ଫୀତିର ଶିକାର ହେଉଛନ୍ତି। ବିଜେପି ଦଳର କର୍ମୀମାନେ ଅସନ୍ତୁଷ୍ଟ ଅଛନ୍ତି।

ଆଗକୁ ଉତ୍ତରପ୍ରଦେଶରେ ନିର୍ବାଚନର ଫଳାଫଳ ଆଶ୍ଚର୍ଯ୍ୟଜନକ ହେବ। ପ୍ରଧାନମନ୍ତ୍ରୀଙ୍କୁ ମଧ୍ୟ ରୋଡ୍ ସୋ କରିବାକୁ ପଡୁଛି। ଜୁନ୍ ନିର୍ବାଚନ ଫଳାଫଳରେ ବିଜେପି ଦକ୍ଷିଣରେ ସାଫ୍ ଏବଂ ଉତ୍ତର ହାଫ୍ ହୋଇଯିବ ବୋଲି ରାଜୀବ ଶୁକ୍ଲାକହିଛନ୍ତି। କରୋନା ମହାମାରୀ ଟୀକାକରଣ ପ୍ରସଙ୍ଗ ଅତି ଗମ୍ଭୀର। ସ୍ୱାସ୍ଥ୍ୟ ବିଭାଗ ଏହି ପ୍ରସଙ୍ଗରେ ସ୍ପଷ୍ଟୀକରଣ ଦେବା ଉଚିତ୍।

ସମ୍ବନ୍ଧିତ ଖବର